STORYMIRROR

Firoj Kumar Patel

Others

2  

Firoj Kumar Patel

Others

ମନର କଥା ( ଫିରୋଜ)

ମନର କଥା ( ଫିରୋଜ)

1 min
14.2K


ତୁମ କପାଳରେ ଚମକୁ ଥିବା

କଳା ଟିକିଲି

ନୟନେ ନାଚୁ ଥିବା 

ଅମାନିଆଁ ପ୍ରେମ ତରଙ୍ଗ

ଗୋଲାପି ଓଠରୁ ଝରି ପଡୁଥିବା

ଗୋଲାପି ମୁରୁକି ହସ

ଚେହେରା ଆଗକୁ ଆସୁଥିବା 

କେରାଏ କେଶକୁ ସଜାଇ ଦେଇ

ମୋ ଆଡ଼କୁ ଚାହିଁବାରେ ହିଁ

ମୁଁ ମନ ଦେଇ ସାରିଛି ।

ଶବ୍ଦ ସାଙ୍ଗରେ ନିରନ୍ତର 

ଖେଳୁଥିଲେ ବି

ମୋ ମନ କଥା ତୁମ ମନକୁ

କାଳେ ଖରାପ ଲାଗିବ ଭାବି

ଆଜି ଯାଏ କିଛି କହି ପାରିନି

ଏ କଥା ବି ସତ ଯେ

ମୁଁ କେବେ ହାର ମାନି ନି..

ଯେବେଠୁ ଜାଣିଛି

ତୁମ ମନ ଆଉ କା ପାଖରେ

ତେବେଠୁ ମନହୀନ ତନକୁ

ଜିତିବାର ଚେଷ୍ଟା ବି କରିନି ।

 

ଯେ ବେ ମନଟା ଉଛୁଳି ପଡେ

ତୁମ ମୋର ସ୍ଵପ୍ନ ରେ

ଝରିପଡେ ମୁଁ ତୁମ ଅଙ୍ଗେ ଅଙ୍ଗେ

କିଛି ପାଇବାର ଆଶାରେ ନୁହେଁ,

ତୁମକୁ ପ୍ରେମରେ ଭିଜେଇ ବାର

ବିଫଳ ପ୍ରୟାସରେ ।

 

ବନ୍ଧୁ ବନ୍ଧୁର ଅଭିନୟରେ ବି

ବୁଝେଇ ପାରୁନି ମନକୁ

ତୁମେ ଯାହା ଭାବ ଯାହା କୁହ

ମୁଁ କିନ୍ତୁ ମନ ଦେଇଛି ତୁମକୁ

ଭଙ୍ଗା ମନ ଭାଙ୍ଗି ଗଲେ ଚଳିବ

ହେଲେ, ଅନ୍ୟ କୋଉଁ ରୂପରେ

ଆପଣେଇ ହେଉନି ତୁମକୁ ।

 

ମୋର ନହେଲେ ନାଇଁ

ତୁମେ ଯାହାର ହେଉଛ ହୁଅ

ମୋର କିଛି କହିବାର ନାହିଁ

ମୋ ବାକି ଜୀବନ କଟିଯିବ

ଆମ ପ୍ରେମ ଗୀତ ଗାଇଗାଇ ।

#ଫିରୋଜ କୁମାର ପଟେଲ


Rate this content
Log in