ମହାମାନବ (task 4)
ମହାମାନବ (task 4)
ଆଖିରେ ଅଜସ୍ର ସ୍ବପ୍ନ
ମନରେ ଅନେକ ପ୍ରଶ୍ନବାଚୀ
ପାଇଥିବା ଚାବିପେନ୍ଥାକୁ ନେଇ
କଳ୍ପନାର ଜାଲ ବୁଣିଚାଲିଛି।
ପାଦ ତାର ତଳେ ଲାଗୁନି
ଧନୀ ହେବାର ଆଶା
ତା ମନରେ ଉଜ୍ଜୀବିତ।
ମନ ତଳେ ତାର
ବଡ଼ଲୋକ ହେବାର
ଅଦମ୍ଯ ଅଭିଳାଷ ମୁଣ୍ଡ ଟେକିଲାଣି।
କାହିଁକି କେଜାଣି କର୍ମ କରି
ବଡ଼ଲୋକ ହେବାର ଆଶା ସମସ୍ତଙ୍କୁ
ପାଗଳ କରିଦିଏ।
ସେଥିପାଇଁ ତ ଘଟିଯାଏ
ଅନେକ ଘଟଣା ଦୁର୍ଘଟଣା।
ଖୋଜିଖୋଜି ସିନ୍ଧୁକର
ସନ୍ଧାନ ପାଇ ସାଜିଛି ମତୁଆଲା
ଗୋଟେ ପରେ ଗୋଟେ
ଚାବିପେନ୍ଥାର ଚାବିକାଠିରେ
ଫିଟାଇ ଚାଲିଛି
ସିନ୍ଧୁକର ତାଲାଟିକୁ।
ଆଖିରେ ଆଖିଏ ସ୍ବପ୍ନ
ଖର୍ଚ୍ଚ କରିବାର ତାଲିକାଟି ପ୍ରସ୍ତୁତ
ଖାଲି ସିନ୍ଧୁକ ଖୋଲିବା ବାକି।
ହଠାତ ଖୋଲିଲା ଭାଗ୍ଯର ତାଲା
ଖୁସିରେ ନାଚିଗଲା
ପାଇବାର ମୋହରେ
ହୋଇଲା ଉନ୍ମାଦ
କେଁକେଁ ଶବ୍ଦ କରି
ଖୋଲିଲା ପୁରୁଣା
କଳଙ୍କି ଲଗା ସିନ୍ଧୁକ
ହେଲେ ଏ କଣ...........?
ଧନ ରତ୍ନ ବଦଳରେ
ଅଛି ଚୁନରୀ
ସ୍ବପ୍ନ ତାର ପାଣିଫୋଟକା ପରି
ମିଳାଇଗଲା ନିମିଷକେ।
ଦଲକାଏ ପବନରେ
ଚୁନରୀଟା ଦୋହଲି ଉଠିଲା
ଆଉ ଆର୍ବିଭାବ ହେଲା
ଏକ ସୁନ୍ଦରୀ ଷୋଡସୀ
ପଚାରିଲା ...........
ତୁମେ କିଏ?
ଉତ୍ତରରେ ଝିଅଟି କହିଲା
ମୁଁ ଧର୍ଷିତା...........
ସମାଜରେ ମୋର ସ୍ଥାନ ନାହିଁ
ବଞ୍ଚିବାକୁ ଲାଞ୍ଛନାରୁ
ରହୁଛି ସିନ୍ଧୁକେ।
ଧନ୍ଯରେ ସମାଜ
ଅବହେଳିତ ନାରୀଜାତି
ଆଖିରେ ଲୁହ ନେଇ
ଭରିଦେଲା ମଥାରେ ତାର
ନିଜ ଲହୁର ସିନ୍ଦୁର।
ଏଇତ ମହାନତା ତାର
ଦୁନିଆଁ ଯାହାକୁ ଘୃଣା କରେ
ତାକୁ କୋଳେଇ ନିଏ
ଜୀବନରେ ବଞ୍ଚିବାର
ରାହା ସେ ଦେଖାଇ
ପାଲଟି ଯାଇଛି "ମହାମାନବ"।