ମାଟିର ଭାଷା
ମାଟିର ଭାଷା
ଶସ୍ୟଶ୍ୟାମଳା ଜନ୍ମଭୂମି ମୋର
ଦିଶେ ପରା ସେ ସୁନ୍ଦର
ତା ମାଟି ପବନ ଅମୃତର ଦାନ
ସୃଷ୍ଟି ନବ ଜୀବନର।
ତା ମାଟିର ଭାଷା ବୁଝିଛି ତ ଯିଏ
ଦେଇଛି ତାର ଜୀବନ
ପବନ ତାହାର କହେ କାନେ ମୋର
ଏ ଦେଶର କୀର୍ତ୍ତିମାନ।
ଜନନୀ ଜଠରୁ ଜନମିଲା ପରି
ତା ଠାରୁ ସୃଷ୍ଟି ଆମର
ପଣତ ତାହାର ତ୍ରିରଙ୍ଗା ଆମର
ପୋଛେ ଆମ ଲୁହଧାର।
ସୁବର୍ଣ୍ଣ ର କ୍ଷେତ ଦିଏ ଉପହାର
ପେଟ ଚିହ୍ନେ ପରା ସିଏ
ତା'ପରି ମାଆ ଜଗତରେ ନାହିଁ
ସଭିଙ୍କୁ କୋଳେଇ ନିଏ।
ନିଜ ସ୍ବାର୍ଥ ପାଇଁ କ୍ଷତାକ୍ତ କରୁଛେ
କରେ ନାହିଁ ପ୍ରତିବାଦ
ଭାଗଭାଗ କରି ବାଣ୍ଟି ବି ଦେଉଛେ
କହେ ନାହିଁ ଏକ ଶବ୍ଦ।
ସେହି ଆମ ମାଆ ଅଟଇ ଭାରତ
ସାର୍ବଭୌମର ପ୍ରତୀକ
ଧର୍ମ ନିରପେକ୍ଷ ଅଟେ ଆମ ରାଷ୍ଟ୍ର
ରଖିବା ତାହାର ଟେକ।