ମାଆ
ମାଆ
ମାଆ ନାମ ଆହା କେଡେ ମଧୁର
ନାହିଁ ମର୍ତ୍ତ୍ୟରେ ତୁଳନା ତାହାର |
ସବୁ ସୁଖ ଶାନ୍ତିର ସେ ମନ୍ଦିର
ସ୍ନେହ ମମତାର ସିଏ ଭଣ୍ଡାର |
ତାର ସ୍ନେହ କୋମଳ ବଚନ
ମୋତେ ଲାଗଇ ଅମୃତ ସମାନ |
ଲଭେ ସରଗସୁଖ ମୁଁ ତା କୋଳେ
ଝୁରୁଥାଏ ତାକୁ ସଞ୍ଜ ସକାଳେ |
ସେ ମୋ ଅଝଟମନକୁ ବୁଝାଏ
ଜହ୍ନମାମୁଁଙ୍କୁ ଦେଖାଇ ହସାଏ |
ମୋର ସୁଖରେ ସେ ସୁଖୀ ହୁଅଇ
ମୋର ଦୁଃଖେ ତାର ଲୁହ ଝରଇ |
ମନକଥା ସିଏ ମୋର ଜାଣିଛି
ଯାହା ଯେତେବେଳେ ମାଗେ ଦେଇଛି
ସିଏ ପରା ମୋର ପ୍ରଥମ ଗୁରୁ
କଥା କହିବା ଶିଖିଲି ମୁଁ ତାଠାରୁ |
ସିଏ ସଦା ମୋର ଶୁଭ ମନାସେ
ମୋ ଜୀବନ ଧନ୍ୟ ତାର ଆଶିଷେ |
ସେ ତ ସହିବା ଗୁଣେ ଧରଣୀ
ସାରା ଜୀବନ ମୁଁ ତା ପାଖେ ଋଣୀ |
କ୍ଷମାମୟୀ ସେ କ୍ଷମାର ସାଗର
ତାର କୋଳ ମୋର ସରଗପୁର |
ବିତୁ ତା ସେବାରେ ଏଇ ଜୀବନ
ମଥାପରେ ଥାଉ ମାଆ କଲ୍ୟାଣ |