STORYMIRROR

Manas Ranjan Pattanayak

Others

3  

Manas Ranjan Pattanayak

Others

ମା ଦଶଭୁଜା

ମା ଦଶଭୁଜା

1 min
258




ମାନସ ରଞ୍ଜନ ପଟ୍ଟନାୟକ

++++++++

ଜୟ ମା ଦଶଭୁଜା....

ସିଂହର ପୃଷ୍ଟରେ କରି ବିରାଜିତା

ଓଲ୍ଲାଇ ଆସିବ ମା ଦଶଭୁଜା


ମହୀଁଷାସୁରକୁ ବଧ କରିଥିଲ,,

ଦେବତା ମାନଙ୍କୁ ଉଦ୍ଧାରି ଯେ ନେଲ,

କେମିତି କରିବି ତୁମକୁ ମୁଁ ପୂଜା...

ଜୟ ମା ଦଶଭୁଜା...


ଗୋଧୂଳି ବେଳାରେ ରମ୍ୟକ ପର୍ବତେ,

ଉଭାହେଲ ତୁମେ ଯାଇ।


ଅସୁର ରାଜା କୁ ନିଧନ କରିଲ, ସର୍ବେ ଡାକୁ ତ୍ରାହି ତ୍ରାହି।।


ଆଶ୍ବିନ ମାସରେ ତୁମ ଆଗମନେ,

ଉଡିବ ବିଜୟ ଧ୍ବଜା....

ଜୟମା ଦଶଭୁଜା....

କେମିତି କରିବି ତବ ପୂଜା....

ରକ୍ଷାକର ମା ଦଶଭୁଜା...


ଲଙ୍କା ଯାତ୍ରା ବେଳେ ଶ୍ରୀରଘୁନନ୍ଦନ,କରିଥିଲେ ତୁମ ପୂଜା।

ସାହା ହୋଇଗଲ ତୁମେ ଗୋ ଜନନୀ ମରିଲା ରାବଣ ରାଜା .


ବିଜୟା ଦଶମୀ ଆନନ୍ଦେ ପାଳିବୁ କରି ତୁମ ପାଦପୂଜା।

ଜୟ ମା ଦଶଭୁଜା...

ରକ୍ଷାକର ମା ଦଶଭୁଜା...

ତୁମ ଆଗମନେ ରାକ୍ଷସ ଜାତିର ମରିଯିବ ସବୁ ମଜା,

ଖୁସିରେ ବିଭୋର ଉଲ୍ଲସିତ ହୋଇ ବଜାଇବି ମୁହିଁ ବାଜା...


ହେ ମା.....ଦଶଭୁଜା....



ଜୟ ମା,,,,ଦଶଭୁଜା।

କେମିତି କରିବି ତବ ପୂଜା....

ଜୟ ଜୟ ମା ଦଶଭୁଜା...



(ସଂପାଦକ -ମାଟିର ମହକ। ନିମବସନ୍ତ,ହରିରାଜପୁର, ଜଟଣୀ,ପୁରୀ )


ଏହି ଗୀତ ଟି ରଚନା ହୋଇଛି ପାର୍ବଣ ପର୍ବ ଉପଲକ୍ଷେ


ଭଲ ଲାଗିପାରେ ଆପଣଙ୍କୁ ଭାବୁଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍