STORYMIRROR

Manas Ranjan Pattanayak

Others

3  

Manas Ranjan Pattanayak

Others

କୁମାର ପୂର୍ଣ୍ଣମୀ

କୁମାର ପୂର୍ଣ୍ଣମୀ

1 min
685



ମାନସ ରଞ୍ଜନ ପଟ୍ଟନାୟକ

-------------------


କୁମାର ପୂର୍ଣ୍ଣମୀ ସଂଧ୍ୟାରେ ସେଦିନ ଶୁଭୁଥିଲା ହୁଳହୁଳି।

ନାଚିଉଠିଥିଲା ମନପ୍ରାଣ ମୋର ଖେଳୁଥିଲା ମନ ଦୋଳି।।

ନାଲି ଲେହେଙ୍ଗାରେ ହଳଦି ଚୁନରି ପଡିଥିଲା ଛିଟାକାଳି।।।

କୁମାର ପୂର୍ଣ୍ଣମୀ ସଂଧ୍ୟାରେ ସେଦିନ


ନାଲି ସାଧବାଣୀ କଜ୍ଜଳ ମଣ୍ଡିତ ଶୋଭବନ ରୂପ ତା'ର।

ଘନକେଶରାଶି ମେଘର ମହ୍ଲାର ଇନ୍ଦ୍ରଧନୁର ଗାର।।

ଭରିଭୁରୁଥିଲା ସୁଗନ୍ଧ ମହକ କୁମାରୀ ଗହନ ତାଳି।।।

କୁମାର ପୂର୍ଣ୍ଣମୀ ସଂଧ୍ୟାରେ ସେଦିନ


ଜହ୍ନ ଲୁଚକାଳି ଖେଳୁଥିଲା ଦୂରେ ବାଦଲର ବକ୍ଷସ୍ଥଳେ।

ଲାବଣ୍ୟ ସୁନ୍ଦରୀ ହାତେ ଭୋଗଥାଳି ସଖି ସାଙ୍ଗ ସାଥୀ ମେଳେ।।

ଠିଆ ପୁଚିଖେଳ ଚମକାଇ ଦେଲା ଆହାକି ରକମ ମେଳି।।।

କୁମାର ପୂର୍ଣ୍ଣମୀ ସଂଧ୍ୟାରେ ସେଦିନ


ମନଉପବନ ଓଦାହୋଇଗଲା ତା'ର କଥା ଭାବିଭାବି।

ନାଚୁଛି ନାଚିବ ହୃଦୟରେ ସେତ ଅଭୁଲା ସ୍ମୃତିର ଛବି।।

ହାଏରେ ବିଧାତା ଛିନ୍ନ କଲା ମଥା ସ୍ବର୍ଗୁ ଆସିଥିଲା ଗୁଳି।।।

କୁମାର ପୂର୍ଣ୍ଣମୀ ସଂଧ୍ୟାରେ ସେଦିନ


କେବେ ସେ ପୂର୍ଣ୍ଣମୀ ନଆସୁ ଜୀବନେ ଛପି ରହିଥାଅ ଚାନ୍ଦ।

ତଥାପି ଖୋଜିବି ତୁମ ଜୋଛନାରେ ଉଦ୍ଦେଶ୍ଯ ନୁହେଁ ମୋ ମନ୍ଦ।।

ଖୋଜିଲେ କି ଆଉ ଖେଳି କି ପାରିବି ସେଦିନ ର ଲୁଚକାଳି।।।

କୁମାର ପୂର୍ଣ୍ଣମୀ ସଂଧ୍ୟାରେ ସେଦିନ

++++++

ସଂପାଦକ -ମାଟିର ମହକ

ଠିକଣା --ନିମବସନ୍ତ,ହରିରାଜପୁର,ଜଟଣୀ,ପୁରୀ

____

ଏହି ଗୀତିକବିତା ଟି ପ୍ରକାଶିତ ହୋଇସାରିଛି ସାହିତ୍ଯ ପତ୍ରିକା ରେ

**********************

(ଭାବୁଛି ଆପଣଙ୍କୁ ଭଲ ଲାଗିପାରେ ପଠନ କରି )


Rate this content
Log in