Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyaprakash Sethy, M. A(UGC NET)

Others

5.0  

Satyaprakash Sethy, M. A(UGC NET)

Others

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା

1 min
380


ଶରଦ ପୂର୍ଣ୍ଣିମା ଫସଲ ଅମଳ

ଉତ୍ସବଟି ସର୍ବ କାଳେ

ବର୍ଷା ରୁତୁ ଶେଷେ ଆଶ୍ୱିନ ମାସରେ

ପୂର୍ଣିମା ତିଥିରେ ପାଳେ ।


କୁଆଁରୀ ଝିଅ ତ କୁମାର ସକାଶେ

ଉପବାସ ବ୍ରତ ମତେ

ସୁନ୍ଦର କୁମାର ମିଳିବ ଯେ ଭାଗ୍ୟେ

ମନରେ ଆଶ ଯେ କେତେ ।


ଖଇ ଛେନାରେ ତ ଗୋଲ ମୁହଁ ଆଙ୍କି

ବନ୍ଦାପନା ଥାଳି ଧରେ

ସତେକି ଜହ୍ନଟି ପରାଏ ମୁହଁଟି

ହେବା ବିଶ୍ବାସଟି ଭରେ ।


ସୂର୍ଯ୍ୟ ଉଦୟଠୁଁ ସୂର୍ଯ୍ୟ ଅସ୍ତ ଯାଏଁ

ଏହି ଓଷା ରଖା ଯାଏ

ତୁଳସୀ ଚଉଁରା ମୂଳରେ ବସିଣ

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଯେ ଦିଏ ।


ରବି ଆଗମନେ ସିନ୍ଦୁରା ଫାଟିଲେ

କୁଆଁରୀ ଗଣ ତ ସିଏ

ସାତ ଫଳ ରଖି ବାଉଁଶ କୁହ୍ଲାରେ

ସୂର୍ଯ୍ୟଙ୍କ ଟେକି ତ ଦିଏ ।


ରାତିରେ ସଭିଏଁ ଖେଳ କୁଦ ନାଚ

କରନ୍ତି କୁମାରୀ ମିଳି

ଗାଆନ୍ତି ଗୀତ ଯେ ବଉଳ ବେଣୀ ଲୋ

ପକାଇଣ ହୁଳହୁଳି ।


ଚାନ୍ଦ ଭଳି ଗୋଲ ସୁନ୍ଦୁରିଆ ବର

ପ୍ରାପ୍ତି କାମନା କରିଣ

ଅବା କାର୍ତ୍ତିକେୟ ପରା ରୂପ କାନ୍ତି

ଇଛନ୍ତି କାମିନୀ ଗଣ ।


ରାତ୍ରିରେ ତେଣୁ ତ ଚାନ୍ଦ ବନ୍ଦାପନା

ଲାଗି ରାତ୍ରି ଉଜାଗର

ଏ ପରା ନିଆରା ଓଡ଼ିଆ ପରବ

ଖୁସି କୁଆଁରୀ ମନର ।



Rate this content
Log in