STORYMIRROR

ରାଧାକୃଷ୍ଣ ବାୟକ

Others

3  

ରାଧାକୃଷ୍ଣ ବାୟକ

Others

କରୋନା ଓ ସାବିତ୍ରୀ ବ୍ରତ

କରୋନା ଓ ସାବିତ୍ରୀ ବ୍ରତ

1 min
109


ସେଦିନ ଥିଲା ଜ୍ଯେଷ୍ଠ କୃଷ୍ଣପକ୍ଷ ଅମାବାସ୍ଯା ତିଥି ।

ମଧ୍ଯାନ୍ନର ଡହ ଡହ ଝାଞ୍ଜିରେ 

ବୃକ୍ଷ ଉପରୁ ଲୋଟି ଥିଲା 

ଏକ ମର ଶରୀର ।

କିଏ ଜାଣିଥିଲା ?

ସର୍ପ ଦଂଶନର ଯୋଗ ଅଛି,,

ତେବେ ଯମଲୋକ ଯିବା ପୂର୍ବରୁ ଧର୍ମରାଜଙ୍କ ସହିତ

ବାକ୍ ଯୁଦ୍ଧ କରି ସତ୍ଯବାନଙ୍କ 

ଜୀବନ ରକ୍ଷା କରିଥିଲେ ମାତା ସାବିତ୍ରୀ ।


ଆଜିବି ସେହି ଜ୍ଯେଷ୍ଠ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ।

ହେଲେ ଆଜି କରୋନାର ପ୍ରକୋପରେ

ସାରା ସଂସାର ନିଶଦ୍ଦ 

ଆଉ ଶୁନ୍ ଶାନ୍ !,,

ସତ୍ଯବାନ ଆଉ ସାବିତ୍ରୀଙ୍କ ମଧ୍ଯରେ ସଂଗରୋଧର 

ଏକ ବିରାଟ ପାଚେରୀ ।

ସତ୍ଯବାନ ଅଲଗା ସାବିତ୍ରୀବି ଅଲଗା

ଶୋଳ ସୃଙ୍ଗାର ସାତସପନ ।


ସେ ଯାହାବି ହେଉ ମଣିଷ ଆଉ ପ୍ରକୃତୀର ଲଢ଼େଇ ଭିତରେ,

ଆଜି ପ୍ରକୃତି ବାଜିମାତ୍ କରିଛି ।

ଗାଆଁଠୁ ସହର, ନଗରଠୁ ମହାନଗର

ସବୁଠି ଜନଶୂନ୍ଯ !,,

ତୋଟାଠୁ ଜଙ୍ଗଲ ପଶୁ,ପକ୍ଷୀଙ୍କ 

ସୁନ୍ଦର କୋଳାହଳ।

ନଦୀଠୁ ସମୁଦ୍ର ସବୁଠି

ନିର୍ମଳ ଜଳ !,,


Rate this content
Log in