STORYMIRROR

ରାଧାକୃଷ୍ଣ ବାୟକ

Others

3  

ରାଧାକୃଷ୍ଣ ବାୟକ

Others

ଶରତ

ଶରତ

1 min
159


ଆଶ୍ବିନ ପ୍ରାରମ୍ଭେ ପୂର୍ଣ୍ଣିମା ନିଶିରେ

   ନିରିମାଖୀ ଜହ୍ନ ଦିସେ 

ଶୁଭ୍ର ଚନ୍ଦ୍ରମାର ଜୋଚ୍ଛନାରେ ଦେଖ

   ସରୋବରେ କଇଁ ହସେ ॥୦॥


ବିମଳ ଗଗନେ ଭସା ବାଦଲଟା

   କିସୁନ୍ଦର ଶୋଭାପାଏ 

ନଈପଠା ଧାରେ ଶୁଭ୍ର କାଶତଣ୍ତି

   ସମିରେ ମଥା ନୁଆଁଏ ॥୧॥


ସବୁଜିମା କ୍ଷେତେ ମେଦିନୀ ହସୁଚି

    ଫୁଲ ଫଳେ ଭରିଯାଏ 

ଶରତ ନିଶିର ସୂର୍ଯ୍ଯୋଦୟ ପରେ

    ବସୁମତୀ ଶୋଭାପାଏ ॥୨॥


  ଉଷା ଆଗମନେ ଶିଶିରର ବିନ୍ଦୁ

     ଦୁର୍ବାଦଳ ଝଲସାଏ 

  ପ୍ରକୃତିର ମୋତି ହରିନିଏ ମତ୍ତି

    ଦେଖି ମନ ଲାଖିଯାଏ ॥୩॥


  ସ୍ବର୍ଗ ଅପସରୀ କାଶତଣ୍ତି ପରୀ

   ମର୍ତ୍ତ୍ଯପୁରେ ଶୋଭାପାଏ ।

 ଜଗତ କଲ୍ୟାଣ ନିମନ୍ତେ ଧରାରେ

    ଦଶହରା ପୂଜା ହୁଏ ॥୪॥


 ପଶ୍ଚିମ ଆକାଶେ ଗୋଧୂଳି ବେଳାରେ

     ମନ ପ୍ରଫୁଲ୍ଲିତ ଥାଏ

  କିଚିରି ମିଚିରି ଶଦ୍ଦ କରି ପକ୍ଷୀ

    ଘର ଲେଉଟାଣି ହୁଏ ॥୫॥


 ଆକାଶର ରଙ୍ଗ ଲୋହିତ ବର୍ଣ୍ଣରେ

    କିସୁନ୍ଦର ଦେଖାଯାଏ 

  ରୁଚିର ଶରତ ସବୁରି ସେ' ପ୍ରିୟ

    ସ୍ବଚ୍ଛତାରେ ଶୋଭାପାଏ ॥୬॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ରାଧାକୃଷ୍ଣ ବାୟକ