STORYMIRROR

ରାଧାକୃଷ୍ଣ ବାୟକ

Others

3  

ରାଧାକୃଷ୍ଣ ବାୟକ

Others

ସମ୍ପର୍କ

ସମ୍ପର୍କ

1 min
206

ମିଳନ ବିଚ୍ଛେଦ ସମୟର ଚକ୍ର

ସବୁ ନିୟତିର ଖେଳ

ସମୟ ସୁଅରେ ଭାସିଯାଏ ସବୁ

ପାଏ ନାହିଁ ଥଳ କୂଳ । 


ସମ୍ପର୍କଟା ଏଠି ମଜଭୁତ୍ ରୁହେ

ଏକତାରେ ଥାଏ ବଳ

ଯୌଥପରିବାର ଉଦାହରଣଟେ

ସୁଖ,ଦୁଃଖ ଭରା ଖେଳ । 


କେହି ନୁହେଁ ପର ସଭିଏଁ ନିଜର

ସମ୍ପର୍କଟା ସ୍ନେହ ଫଳ

ଗୋଟିଏ ସୁତାରେ ଗୁନ୍ଥା ପରିବାର

ସମ୍ପର୍କର ଫୁଲ ମାଳ ।


ପେଟ ପାଇଁ ଆଜି ପ୍ରବାସେ ରହୁଚି

ଏତ ସମୟର ଖେଳ

ବିଦାୟୀ ସ୍ମୃତିରେ ବିଚ୍ଛେଦର ଦୁଃଖ

ଭାଙ୍ଗିଦିଏ ସବୁ ବଳ ।

      


Rate this content
Log in