STORYMIRROR

ରାଧାକୃଷ୍ଣ ବାୟକ

Others

3  

ରାଧାକୃଷ୍ଣ ବାୟକ

Others

କୃଷକ

କୃଷକ

1 min
214


ବଡ଼ ହେଲେ ପୁଅ ଜାହାଜ ଚାଳକ

    ଉଡ଼ାଜାହାଜେ ଉଡି଼ବ

 ଓକିଲାତି ପଢ଼ି ବାରିଷ୍ଟର ହେବ

    ଅନ୍ଯାୟ ପାଇଁ ଲଢି଼ବ ।


 ଶିଳ୍ପ କାର୍ଯ୍ଯ ପରିଦର୍ଶକ ହୋଇବ

   ସଙ୍ଗଣକ ପାଠ ପଢ଼ିବ

 ସବୁ ବାପାଙ୍କର ଅଭିଳାଷ ଇଏ

    ପୁଅ ଦିନେ ବଡ଼ ହେବ ।


ମନ୍ଦ ନୁହେଁ ଇଏ ଭଲ ପଦକ୍ଷେପ

   ଦେଶ ଆଗକୁ ବଢ଼ିବ

ତଥାପି ସଭିଙ୍କୁ ଅନୁରୋଧ ମୋର

   କ୍ଷେତରେ କାମ କରିବ ।


ଛୁଟି ସମୟରେ ବାପାଙ୍କ ସାଙ୍ଗରେ

   ଲଙ୍ଗଳ ଟିକେ ଧରିବ

ଦେଖିବରେ ଦିନେ ଦେଶରୁ ଆମର

   ଦରଦାମ୍ କମିଯିବ ।


Rate this content
Log in