STORYMIRROR

Karttik Sethi

Others

2  

Karttik Sethi

Others

କଣ୍ଢେଇ ମାଷ୍ଟର

କଣ୍ଢେଇ ମାଷ୍ଟର

1 min
13.5K


କଣ୍ଢେଇ ମାଷ୍ଟର

************

ବିଳପି ଉଠିଲେ     ଅନ୍ତର ମୋହର

      ଜାଣିପାରୁ   କଳାକାହ୍ନୁ 

ହସି ହସୁଥିଲେ     ହସୁଥାଉ ଧନ

      ଦୁଷ୍ଟ ଟିଏ ମୋତେ ମାନୁ ।।

 

ମୋର ଦୁଷ୍ଟାମିରେ  ଖୁସି ହେଉ ଅବା

        ରାଗିଥାଉ   ତୁହି  ଜାଣୁ

ସବୁ ତାଲିକାରେ    ଆଗେ ଥାଉ କାହ୍ନା

       ହେଲେ ମୁଁ ବି ତୋ'ର ଅଣୁ ।।

 

ଦଇବ  ଦଉଡ଼ି         ମଣିଷ ତ ଗାଈ

      ଯେଣେ ଟାଣେ ତେଣେ ଯାଇ

କଣ୍ଢେଇ ଯାତରା      ମାଷ୍ଟର ନାଗର

       ତୁ ହେଲେ ମୋ ଭୁଲ କାଇଁ ??

 

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍