କ୍ଳାନ୍ତ ଅପରାହ୍ନ
କ୍ଳାନ୍ତ ଅପରାହ୍ନ
1 min
13.2K
ଜୀବନ ଏଠି ଶୋଇଛି ଏକ
କ୍ଳାନ୍ତ ଅପରାହ୍ନ,
ଆକୁଳ ତାର ବ୍ୟାକୁଳ ଚିତ୍ତ
ବ୍ୟଥା ବିଧୁର ମନ ।।
କ୍ଳାନ୍ତି ଫେରେ ନୟନ ଘୁରେ
ଅନେକ ପଥ ବାକି,
ଯିବାକୁ ହେବ ଅନେକ ଦୂର
ନିଜକୁ କରି ସାଥୀ ।।
ପଲକ ପାତେ ଆସିବ ସଂଧ୍ୟା
ଅନ୍ଧାରକୁ ନେଇ,
ଅଭିସାରରେ ରାତ୍ରୀ ସାଥେ
ନିବିଡେ ଯିବ ଶୋଇ ।।
ଆସିଲି ଛାଡି ଶୁଭ୍ର ସକାଳ
ନୟନ ପଥେ ନାଚେ,
ବିସ୍ମୃତିର ସଜଳ ଛବି
ମନ ଅଂଗନେ ଆଙ୍କେ ।।
ତଥାପି ମୋତେ ଯିବାକୁ ହେବ
ଏଇ ସମୟ ସାଥେ,
ଅବସାଦକୁ ଫିଙ୍ଗି ଦେଇ
ଆପଣା ମନୋରଥେ ।।
ଆଗରେ ଥୁଆ ପଥ ଧାରରେ
ଦିବ୍ୟ ଏକ ରଥ,
ସେଇଠି ଶେଷ ହୋଇବ ପଥ
ଯେଉଁଠି ମୋର ନାଥ ।।
ଶ୍ରଦ୍ଧା ର ସହ
ଭକ୍ତ ଚରଣ ମଲ୍ଲ
21st August 2017
