କବିତା ଦୟଣା
କବିତା ଦୟଣା
1 min
14.9K
ଦିବାକରର ଅତି ପ୍ରଚଣ୍ଡ ଔଜ୍ଜଲ୍ୟରେ
ଲଣ୍ଠନର ମିଞି ମିଞ ଆଲୁଅ ଯେସନେ
କ୍ଷୀଣ ନିଷ୍ପ୍ରଭ ଭାତି ପ୍ରତୀତ ହୁଏ ପ୍ରାୟେ
ଅତୁଳ କବିତା ମୋର ଅପାଂକ୍ତେୟ ବୋଧେ।।
ମିଟି ମିଟି କ୍ଷୁଦ୍ର ଜୁଳଜୁଳିଆ ପୋକର
ଆଲୋକ ପରାଏ ସେ କାବ୍ୟ କୃତି ମୋହର
କାବ୍ୟ ଦରବାରରେ ନିହାତି ଅନାହୃତ
ଏଥକୁ ପାଠକ ମହଲରେ ଅନାଦୃତ।।
ତଥାପି କବିତା ଲେଖେ ଲେଖନୀଟା ଯେଣୁ
ମାନେନା ବାଧା ବନ୍ଧନ ଅତିକ୍ରମେ ସବୁ
ଅଧୀତ ରଖିବା ହେଉ ମତାମତ ସେହୁ
କବିତା ଦୟଣା ମୋ ସୁବାସିତ ହେଉ । ।
ହେ ଜ୍ଞାନୀ ଗୁଣୀ ପଣ୍ଡିତ ସୁଜ୍ଞାନୀ ମଣ୍ଡଳ
ଲେଖିବା କି ପରିଚୟ ସମୟ କହିବ?
SATYA PRAKASH SETHY
