କାହିଁକି ଏତେ ନିର୍ଦ୍ଧୟ
କାହିଁକି ଏତେ ନିର୍ଦ୍ଧୟ
ଦରିଆ କୂଳରେ ତୁମ ଦେଉଳ,
ବସି ଭକତଙ୍କୁ ଦେଉଛ ବଳ |
ଦୟାନିଧି ତୋ'ବିନା କେ ତାରିବ,
ତୋ ଗୁଣ ପ୍ରଭୁ କେ ବର୍ଣ୍ଣିପାରିବ ।
ଜଗତଜନେ ତୁ ଏକା ଭରସା
କୃପାବଳେ ଟାଳ କରୋନା ଦଶା ।
କରୁଣା ପରଶି ଭକତ ଜନେ,
ଆଶରା ଦେଇଛୁ ଅତି ଯତନେ |
ତୁହି ଚକାଡୋଳା ଜଗତ ସାଇଁ,
ଉଦ୍ଧାର କର ହେ ସୁଦୟା ବହି |
ଚରଣେ ଆଶ୍ରିତ ସବୁ ମାନବ,
ଆସନ୍ନ ଵିପଦୁ ନିଶ୍ଚେ ତାରିବ |
ଜୀବନ ତରୀ ମୋ ଜଳେ ଭାସୁଛି,
ଟଳମଳ ହୋଇ କୂଳ ଖୋଜୁଛି |
ତୁମ୍ଭେ ଦୟାକଲେ କୂଳେ ଲାଗିବ,
ତୁମ୍ଭେ ମୋ ଡାକରା ଥରେ ଶୁଣିବ |
ବିପଦଭଂଜନ ବିଶ୍ୱ ବିହାରୀ,
ମାରିବା ରଖିବା ଖେଳ ତୁମରି |
ମହତପଣିଆ ଦେଖାଅ ହରି,
ଏ ମହାମାରୀ ରୋଗ ଦିଅ ହେ ଟାଳି|
ଅବେଳ ରେ ଦେଇ କଠିନରୋଗ,
ନିରୀହ ଙ୍କୁ ମାର ଏ'କି ରାଗ ।
ମନବୁଝିଲାନି ପଠାଇ ବାତ୍ୟା,
ବୁଡାଇ ଦେବ କି ସଂସାର ସତ୍ତା ।
କପଟୀ ଠାକୁର ପହଡ଼ ଖୋଲି,
ଦେଖ ପଡିଅଛି କାନ୍ଦ ବୋବାଳି |
ପତିତପାବନ ବାନା ଉଡାଅ,
ଆଉ ହୁଅନାହିଁ ଏଡ଼େ ନିର୍ଦ୍ଧୟ |