STORYMIRROR

Bhakta Malla

Others

2  

Bhakta Malla

Others

କାହା ପାଇଁ ଗାଏ କୋଇଲି

କାହା ପାଇଁ ଗାଏ କୋଇଲି

1 min
14.1K


କାହା ପାଇଁ ଗାଏ କୋଇଲି

କାହା ପାଇଁ ଏଇ ମନ ଯାଏ ଚହଲି

କାହା ପାଇଁ ଗାଏ କୋଇଲି ।।

କାହା ପାଇଁ ଫଗୁଣରେ ଫଗୁର ଅବିର ଉଡେ

କାହା ପାଇଁ ଶ୍ରାବଣରେ ବରଷାର ଝର ଝରେ

କାହା ପାଇଁ ଫୁଲ ଫୁଟି ଯାଏ ମଉଳି ।।

କାହା ପାଇଁ ଗାଏ କୋଇଲି .....

କାହା ପାଇଁ ବୃନ୍ଦାବନେ ନିଇତି ରାହାସ ଖେଳ

କାହା ପାଇଁ ଫୁଲି ଉଠେ ଜୀବନ ଯମୁନା ଜଳ

କାହା ପାଇଁ ଗୋପ ଦାଣ୍ଡ ପଡେ ଉଛୁଳି ।।

କାହା ପାଇଁ ଗାଏ କୋଇଲି ........

କାହା ପାଇଁ କଦମ୍ବର କୋମଳ ସୁରଭି ଛୁଟେ

କାହା ପାଇଁ ଶିଶୁ ଓଠେ ଦର-ଦର ଭାଷା ଫୁଟେ

କାହା ପାଇଁ ଉଷା ରାଣୀ ସାଜେ ଗୋଧୂଳି ।।

କାହା ପାଇଁ ଗାଏ କୋଇଲି ...........

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

14th August 2017

ଜନ୍ମାଷ୍ଟମୀ ।


Rate this content
Log in