ଜୟଗାନ
ଜୟଗାନ
1 min
14.1K
ଦୁଃଖ ସବୁ ଯେତେ ହୃଦୟେ ସାଇତି
ହସିବା ଶିଖିଛି ଯେଉଁ ମନ,
ସେ ଏକା ବୁଝିଛି ଜୀବନର ମାନେ
ଶୁଣିଛି ପ୍ରାଣର ଜୟଗାନ।
ରହିଥାଉ ଦୁଃଖ କର୍ମ ଫଳ ରୂପେ
ଭୋଗିବାକୁ ହୁଏ ଏକା,
ତଥାପି ହସନ୍ତ ଜୀବନ ଦେଖାଏ
ଆନନ୍ଦ ଆଲୋକ ରେଖା।
