STORYMIRROR

Saroj Kumar Jena

Others

3  

Saroj Kumar Jena

Others

ଜୟ ମା ତାରିଣୀ

ଜୟ ମା ତାରିଣୀ

1 min
166

         

ଜୟ ମା ତାରିଣୀ ଅଭୟ ଦାୟିନୀ

    କେନ୍ଦୁଝରେ ପାଉ ପୂଜା ,

ପଙ୍ଗୁ ଚଢ଼େ ଗିରି ତୋତେ ମାଆ ସୁମରି

   ଡାକ ଶୁଣି ଦେଉ ଉର୍ଜା ।୧।

ନଡ଼ିଆ ରଙ୍କୁଣୀ ତୁହି ମା ତାରିଣୀ

   ଭକ୍ତ ଦିଏ ମନ ଚିତ୍ତେ ,

ରହି ଦୂର ଦେଶେ ପଠାନ୍ତି ମାଆ ପାଶେ

   ନିତି ଏଠି ନାନା ସାଥେ ।୨।

ମନ୍ଦାରର ହାର ଆହା କି ସୁନ୍ଦର

   ନିଇତି ହେଉ ଶୋଭିତ ,

ଆଣିଥାନ୍ତି ଗୁନ୍ଥି ପାହାନ୍ତାରୁ ଉଠି

  କେତେ ଯେ ତୋର ଭକତ ।୩।

ଶାଳୁଆର ମୂଳେ ନାରିକେଳ ଜଳେ

   ଭକ୍ତ ଧୁଏ ତୋ ଚରଣ ,

ସିନ୍ଦୂର ଶୋଭିତା ରତ୍ନ ବିଭୂଷିତା

    ଲାଗେନି ତୁହି ପାଷାଣ ।୪।


                   

  

   

   


Rate this content
Log in