STORYMIRROR

Prakash Ranjan Parida

Others

2  

Prakash Ranjan Parida

Others

ଜୀବନ

ଜୀବନ

1 min
14.1K


ଏକ ଅନିଶ୍ଚିତ ଭବିଷ୍ୟର ବୋଝକୁ ମୁଣ୍ଡେଇ ଚାଲୁଥିବା ପାଦ,

ରାଜ ରାସ୍ତାରୁ ଖୋଜୁଥାଏ ବଂଚିବାର ସାଧନ,

ସୁଖର ଆୟୂଧ,

ତ' ଲମ୍ବିଲମ୍ବି ଯାଉଥାଏ ପୌଷର ରାତିପରି ଦୁଃଖର ଦୈର୍ଘ୍ୟ, ପ୍ରସ୍ଥ,

ସବୁଥର ଫେରନ୍ତି ପଥେ ଭାଗ୍ୟ ତାକୁ ସଅଁପି ଦେଉଥାଏ,

ଆଉ ଏକ ବିଫଳତାର ବୋଝ ।


ଗୋଟାଏ ସୁବଣ୍ଣ ସିଂହାସନର ନିରବ ନିମନ୍ତ୍ରଣରେ,

ସବୁଥର ରକ୍ତାକ୍ତ ହେଉଥାଏ ପାଦ,

ତଥାପି ତୁଟେନା ମୋହ,

ହଜାର ସ୍ୱପ୍ନଭଂଗ ପରେ ବି ଆଖି ଭୁଲେନା,

ସ୍ୱପ୍ନ ଦେଖିବାର ଅଜବ୍ କୌଶଳ ।


କୋହରେ, ଲୁହରେ ବଦଳୁଥାଏ ଜୀବନର ନକ୍ସା,

ଭଂଗା ଘରକୁ ସଜାଡୁ ସଜାଡୁ ପୁନର୍ବାର ଝଡ ବତାଶରେ,

ଦୋହଲି ଯାଏ ବାୟାବସା ।

କେବଳ ପ୍ରତୀକ୍ଷା - ରାତି ପାହିବା ପର୍ଯ୍ୟନ୍ତ,

ସବୁ ପତନ ଓ ଭଂଗାପଣକୁ ମଥାରେ ମୁଣ୍ଡେଇ,

ରାଜରାସ୍ତାରେ ପହଂଚିବା ପର୍ଯ୍ୟନ୍ତ ।।

....

Email:litp.ranjan@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍