STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

ହସ

ହସ

1 min
145




ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ

- - - - - - - - - - - - - - - - -

ହସୁଅଛି ଦେଖ ହସୁକୁରି ଝିଅ ହସ ତା ଭାରି ସୁନ୍ଦର,


ଅଙ୍କେଇ ବଙ୍କେଇ ପାଦ ପକାଇଲେ ରୁଣୁଝୁଣୁ ତା ନୂପୁର।


ହସିଦେଲେ ପରା କେଶରାଶି ତାର ଉଡୁଅଛି ଫର ଫର,


ମୁରୁକା ହସଟେ ଯେବେ ହସିଦିଏ ଫୁଲରେ ବସେ ଭଁଅର।


କୁଆଁରୀ କାଳରେ ଖିଲିଖିଲି ହସେ ସତେ ଗଜମୋତି ହାର,


ସୁନେଲି ଚେହେରା ଗୋଲାପି ଓଠରେ ହସିଲେ ଲାଗେ ସୁନ୍ଦର।


ମୁରୁକା ହସଟେ ଯେବେ ହସିଦିଏ ଝରିପଡେ ଫୁଲ ହାର,


ହସିହସୁଥିବ ହସରେ ହସରେ ପୁରିଉଠୁ ତାର ଘର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍