STORYMIRROR

Titi Sarangi

Others

2  

Titi Sarangi

Others

ହୋମାଗ୍ନି

ହୋମାଗ୍ନି

1 min
14K


ଜଳି ଜଳି ଜଳିଯାଏ ନାହିଁ

ନିରନ୍ତର ଜଳିବାର ସାମର୍ଥ୍ଯ ତା ଅଛି

ଜଳି ଜଳି ଜାଳି ଦିଏ ନାହିଁ

ଚିରକାଳ ଅନ୍ଧାରରେ ଆଲୋକ ଦେଇଛି।

ଜଳେନା ସେ ହୋମନିଆଁ

ମନ୍ଦିର ପ୍ରାଙ୍ଗଣେ ଅବା ପବିତ୍ର ସ୍ଥାନରେ

ସେ ହୋମାଗ୍ନି ଜଳୁଥାଏ

ନିରନ୍ତର ଏଇ ମୋର ଅନ୍ତର ଭିତରେ।

ନିବେଦିତ ମୁଦ୍ରା ତାର

ସନ୍ଧାନୀ ସେ କେଉଁ ଏକ ନିର୍ବାଣ କ୍ଷଣର

ନିର୍ବାପିତ ହେବ ନାହିଁ

ଯେ ଯାଏ ପାଇନି ସ୍ପର୍ଶ ଦିବ୍ଯ ଆଲୋକର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍