STORYMIRROR

Suhasini Pattanayak

Others

4  

Suhasini Pattanayak

Others

ହେ ସ୍ୱପ୍ନ ତୁମେ

ହେ ସ୍ୱପ୍ନ ତୁମେ

1 min
261

ହେ ସ୍ୱପ୍ନ ତୁମେ ଏତେ ଶକ୍ତିଶାଳୀ କେମିତି,

କଣ ସତରେ ତମେ ଏମିତି ରାତି ରାତି ନିଦ ନେଇ ଯାଅ,

କଣ ସତରେ ବିବ୍ରତ କରି ଆଖିରେ ଲୁହ ଭରି ଦିଅ,

କହିପାରିବ କଣ ଲାଭ ମିଳେ ତୁମକୁ।


ହେଲେ ମୁଁ କହିପାରିବି,

କେତେ ଆଘାତ ମିଳେ ହୃଦୟକୁ,

କେତେ କଷ୍ଟ ହେଇଥାଏ ସେ ପରିସ୍ଥିତି ରୁ ଓହରି ଯିବାକୁ,

କେତେ ସମୟ ଲାଗେ ନିଜକୁ ଆୟତ୍ତ କରିବାକୁ।


ଜାଣିନି ତୁମକୁ ଜଣା କି ନାହିଁ, 

ନିଜର ପାଖରେ ଥିଲେ କଷ୍ଟ ବି କଷ୍ଟ ଲାଗେନି,

ହେଲେ ଏକାକି ଏ ପରିସ୍ଥିତିକୁ ମୁଁ କେମିତି ସମ୍ଭାଳି ପାରିବି,

କିଏ ମୋ ପାଖରେ ଏଠି ଅଛି କହିବ,

"ନା ଧନ କାନ୍ଦେ ନାହିଁ ସ୍ୱପ୍ନ ସବୁ ବେଳେ ଅବାସ୍ତବ" ବୋଲି। 


ତୁମେ ତ ସ୍ଵତନ୍ତ୍ର ନିଜର ବୋଲି ସମ୍ପର୍କରୁ ଛିନ୍ନ, 

ସେ ମିଠା ଅନୁଭୂତି ତୁମକୁ କି ଜଣା ଯେ, 

ତୁମେ କେବେ ମା କୋଳରେ ମୁଣ୍ଡ ରଖି

ଦୁଇଧାର ଲୁହକୁ ନିଜେ ଆୟତ୍ତ କରିଛ, 

କରିନାହଁ ଜାଣିଛି ସେଥି ପାଇଁ ତ ଏ ପ୍ରଶ୍ନ ମୋର। 


ହେ ସ୍ୱପ୍ନ କଣ ଏ ସମୟକୁ କେବେ ପାଖରୁ ଅନୁଭବ କରିଛ, 

ଯେବେ ବାପା ଆଖିରୁ ତୁମ ଲୁହ ପୋଛି ଦେଇ, 

ତାଙ୍କ କାନ୍ଧରେ ଶୁଆଇ ଦିଅନ୍ତି, 

ଯେବେ ତୁମକୁ ତୁନି କରୁ କରୁ ନିଜେ କାନ୍ଦି ପକାନ୍ତି, 

ତୁମେ ଶୋଇଯିବା ପରେ ବି ମୁଣ୍ଡକୁ ଆଉଁସି ଥାନ୍ତି। 


କଣ ସତରେ ତୁମେ କେବେ ସମ୍ପର୍କ ଗଢ଼ିଛ, 

ନା ଖାଲି କଳ୍ପନାରେ ତୁମର ଆଜି ଯାଏଁର ଯାତ୍ରା, 

ବୋଧେ ଏହା ହିଁ ତୁମ ସତ୍ୟତା, 

ରାଗ କରୁନି ହୃଦୟକୁ କଷ୍ଟ ହେଉଥିବା କଥା କହୁଛି, 

ଥରେ ମୋ ସ୍ଥାନକୁ ଆସିଯାଅ ବୁଝିଯିବ କଷ୍ଟର ଗଭୀରତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍