STORYMIRROR

Suhasini Pattanayak

Others

4  

Suhasini Pattanayak

Others

ଅପେକ୍ଷାର ଉତ୍ତେଜନା

ଅପେକ୍ଷାର ଉତ୍ତେଜନା

2 mins
365

ବଡ ଅଜବ ଏ ପରିସ୍ଥିତି,

ମନରେ ଲକ୍ଷେ ପ୍ରଶ୍ନ,

ଆଖିରେ ଆଖିଏ ସ୍ୱପ୍ନ ଆଉ,

ମନରେ ମେଞ୍ଚାଏ ଆଶା।


ଅପେକ୍ଷାର ଉତ୍ତେଜନା କେବେ କେବେ,

ନିଦ ନେଇଯାଏ ତ ଆଉ କେବେ,

ସମଗ୍ର ସଂସାର ନିଦ୍ରାମୟ କରିଦିଏ,

କାରଣ ସ୍ୱପ୍ନ ଯେ ଦେଖିବାକୁ ହୁଏ।


ନିର୍ଦ୍ଧିଷ୍ଠ ଭାବରେ ଏକାନ୍ତରେ ଚାହିଁରହିଥିବା,

ଏକ ନୂତନ ଅନୁଭବର ପରିବେଶ,

ସବୁ ଇଚ୍ଛା ଗୁଡା ନିଛାଟିଆ ରାସ୍ତା ରେ,

ଏକୁଟିଆ ପଥିକ ପରି ଲାଗିଥାନ୍ତି।


ପ୍ରତ୍ୟେକ ପାଦ ଶବ୍ଦ ନିଜର ପରିଲାଗେ,

ପ୍ରତ୍ୟେକ ବାସ୍ନା ସତେ ଯେମିତି ନିଜର ର,

ବାସ ରେ ମହକେଇ ଦିଏ,

ବାରି ହୁଏ ନିଜର ଅପେକ୍ଷା ର ଶେଷ ଠିକଣାକୁ।


ଫଳ ତ ଖୁବ୍ ସୁନ୍ଦର୍ ମିଳିଥାଏ ନିଶ୍ଚୟ,

କିନ୍ତୁ ତା ଆଗର ଯନ୍ତ୍ରଣା ବି ବେଶ୍ କାଟେ,

ମନକୁ ମନ ଭିତରେ ସତେ ଯେମିତି,

ନୂତନ ବିଦ୍ରୋହର ବହ୍ନୀ ଜଳିଉଠେ।


ସେ ଅପେକ୍ଷା କେବଳ ନିଜର ଙ୍କ ପାଖରେ,

ତାଙ୍କ ହାତର ଆଶୀର୍ବାଦର ସ୍ପର୍ଶରେ ଶେଷ ହୁଏନି,

ଆଶା ରଖିଥାଏ ପୁଣି ଦୁଇପଦ ମିଠା କଥା ଯାଏ,

ଆଉ ତାଙ୍କ ଅଜଣା ଉପହାର ଉପରେ।


ଖୁସି ମିଳେ ଦୁହେଁ ସାଥିରେ ହସି ଥାଉ,

କେତେ ଘଟଣା ଦୁର୍ଘଟଣା ବର୍ଣ୍ଣି ଥାଉ,

କେବେ କେବେ କଥା ଛଳ ରେ ଥଟ୍ଟା ମଜା,

ଆଉ ସେହି ନିଜର ନିଜର ଅନୁଭବ।


ଆଃ କି ଶାନ୍ତି ଦିଏ,

ହେଲେ ଖୁସି ବେଶୀ ଡେରି ଯାଏ ରହେନାହିଁ,

ଆସିଯାଏ ବିଦାୟ ଦେବାର ବେଳା,

ଯାହା ଠାରୁ କଷ୍ଟ କିଛି ନାହିଁ।


ଇଚ୍ଛା ନଥିଲେ ବି ବିଦାୟ କହିବା ପାଇଁ ପଡିଥାଏ,

ଇଚ୍ଛା ନଥିଲେ ବି ହସିଦିଏ ଆଶିର୍ବାଦ ନିଏ,

ଆଖି ରୁ ଦୁଇଠୋପା ଲୁହ ପୋଛି ଦେଇ,

ଅପେକ୍ଷା କରେ ପୁଣି ଆଉ ଥରେ ଆସିବା ବାଟକୁ।


ବସ୍ ଏମିତି ତ ଉତ୍ତେଜନା ର ଶେଷ ହୁଏ,

ଆଉ ଭାରି କଷ୍ଟ ଦିଏ,

କିଛି ସମୟର ଖୁସିର ଅପେକ୍ଷା ପାଇଁ,

ଆରମ୍ଭ ଆଉ ଶେଷ ଯନ୍ତ୍ରଣାରେ ହୁଏ।


Rate this content
Log in