STORYMIRROR

Suhasini Pattanayak

Others

4  

Suhasini Pattanayak

Others

ଓଡ଼ିଆଙ୍କ ମାନ ଫକିର ମୋହନ

ଓଡ଼ିଆଙ୍କ ମାନ ଫକିର ମୋହନ

2 mins
336

ଓଡ଼ିଆ ଜାତିର କାନନ,

ଓଡ଼ିଆ ମାଟିର ସମ୍ମାନ,

ଯାହା ମାଟି ରେ ପ୍ରଖ୍ୟାତ,

ଧାନ, ପାନ ମୀନ, 

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତି ର ମାନ ଓ ସମ୍ମାନ। 


ନାରୀ ଶିକ୍ଷା ଠାରୁ ଆରମ୍ଭ କରି, 

ଗରିବର ପରିସ୍ଥିତି ପରିବର୍ତ୍ତନ ପାଇଁ, 

ସବୁ କ୍ଷେତ୍ରରେ ତାଙ୍କ ଆଗୁଆ ଧ୍ୟାନ, 

ଓଡ଼ିଆ ଜାତିର ରଖିଲେ ମାନ, 

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତିର ମାନ ଓ ସମ୍ମାନ। 


ଜନମ ତାଙ୍କର ମକର ସଂକ୍ରାନ୍ତି, 

ମଲ୍ଲୀକାଶପୁର ଠାରେ ହେଲା, 

ବାପା ଥିଲେ ତାଙ୍କ ବ୍ରଜମୋହନ, 

ତୁଳସୀଦେବୀ ତାଙ୍କ ମାତା ଙ୍କ ନାମ, 

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତି ର ମାନ ଓ ସମ୍ମାନ। 


ଅଳ୍ପ ବୟସ ରେ ଶିଖି ଗଲେ ଧର୍ଯ୍ୟ, 

କରିଗଲେ କେତେ ନୂଆ ନୂଆ କାର୍ଯ୍ୟ, 

କର୍ମ କୁ ମାନିଲେ ନିଜର ଧର୍ମ, 

ଓଡ଼ିଆ ମାଟିର ସେ ଅଟନ୍ତି ଗର୍ବ, 

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତି ର ମାନ ଓ ସମ୍ମାନ। 


ବାପା ମା ଙ୍କ ସ୍ନେହ ରୁ ବଞ୍ଚିତ ହେଇ, 

ଜୀବନ ରେ କେତେ କଷ୍ଟ ଗଲେ ସହି, 

ଓଡ଼ିଆ ମାଟି କୁ ନିଜ ଘର ପରି କରିନେଇ, 

ମାତ୍ର ପାଞ୍ଚ ବର୍ଷରେ ପିତାମାତା ଙ୍କୁ ଦେଲେ ହରେଇ, 

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତି ର ମାନ ଓ ସମ୍ମାନ। 


ଜେଜେ ମା ପାଖରେ ବଢି ଥିଲେ, 

ଫକୀର ନାମରେ ନାମିତ ହେଲେ, 

ଅସୁସ୍ଥ ରୁଗୁଣ ଭାବରେ ଶରୀର ତାଙ୍କର, 

ମିଠା ପରି ଲାଗେ ତାଙ୍କୁ ଧୂଳି ମାଟିର, 

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତି ର ମାନ ଓ ସମ୍ମାନ। 


କେବଳ ବାଲେଶ୍ଵର ଜିଲ୍ଲା ଉନ୍ନତି ନୂହେଁ, 

ସାରା ଓଡ଼ିଆ ମାଟି ର ସମ୍ମାନ ପାଇଁ, 

ସାରା ଜୀବନ ଧାଇଁ ଧାଇଁ ରଖିଲ ତା ନାମ, 

ନିସ୍ୱାର୍ଥପର କାମ କରୁଥିଲେ ଯେମିତି ରାମ, 

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତି ର ମାନ ଓ ସମ୍ମାନ। 


ଲେଖା ତାଙ୍କର ଏତେ ପ୍ରଭାବଶାଳୀ , 

ପରିବର୍ତ୍ତନ ର ନୂତନ ବତୀ ଭଳି, 

କେବେ ଛଅ ମାଣ ଆଠ ଗୁଣ୍ଠ ତାଙ୍କର

ଆଉ କେବେ ପୁଣି ରେବତୀ ର ଘର

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତି ର ମାନ ଓ ସମ୍ମାନ। 


ତାଙ୍କ ପାଇଁ ଓଡ଼ିଆ ଭାଷା ଆଜି ବଞ୍ଚିଛି, 

ଶ୍ରେଷ୍ଟ ରାଜ୍ଯ ର ମାନ୍ୟତା ପାଇଚି, 

ସ୍ଵତନ୍ତ୍ର ଓଡିଶା ରାଜ୍ଯ ର ଗଠନ ପାଇଁ, 

ନିଜେ ଦୁର୍ଦଶା ରେ ରହି ଓଡ଼ିଶା ର ଉନ୍ନତି ପାରିଛି ହେଇ, 

ସେ ବ୍ୟାସକବି ଫକୀର ମୋହନ 

ଓଡ଼ିଆ ଜାତି ର ମାନ ଓ ସମ୍ମାନ। 


ସେ ଓଡ଼ିଆ ମାଟି ର ପ୍ରବାଦ ପୁରୁଷ, 

ରଚିଗଲେ ସେ ନୂଆ ଇତିହାସ, 

ଆଜି ବି ତାଙ୍କୁ ଏ ମାଟି ଝୁରେ, 

ତାଙ୍କ ପରି ପ୍ରବାଦ ପୁରୁଷ ଗୋଟିଏ କୋଟି କରେ, 

ସେ ବ୍ୟାସକବି ଫକୀର ମୋହନ

ଓଡ଼ିଆ ଜାତିର ମାନ ଓ ସମ୍ମାନ। 


Rate this content
Log in