STORYMIRROR

Karttik Sethi

Others

3  

Karttik Sethi

Others

ହେ ପ୍ରଭୁ

ହେ ପ୍ରଭୁ

1 min
13.8K


 ହେ ପ୍ରଭୁ

***********

ମୁକତି ଚାହୁଁନି     ଜମାରୁ ବି ନୁହେଁ 

      ଚାହୁଁନି ଦୁରେଇ ଯିବା

ତୁମ ସ୍ମରଣରେ      ମନ  ହଜିଯାଉ

     ଦୟାକର ଟିକେ ଦେବା ।।

 

ଦୁଷ୍ଟ ମନ ମୋର  ମାନି ଯାଉ କଥା 

       ସାଙ୍ଗ ହେଉ ମନ, ଜିହ୍ୱା 

ଦୁଇ ସାଙ୍ଗ ମିଳି     ନ କରନ୍ତୁ କଳି

       ହେଉଥିବ ପ୍ରଭୁ ସାହା ।।

 

ଭୋଗ ଓ ମୁକତି    ପିଶାଚିନୀ ଦୁହେଁ

      ଭୋଗ ଟିକେ ବରଂ ଭଲ

ତାଦାତ୍ମ୍ୟ ମୁକତି    ଆଣେ ମନେ ଭୀତି

      ସବୁ  କରିଦିଏ ଗୋଲ ।।

 

ପଂଚବିଧ ମୁକ୍ତି        ଅବା ଶାସ୍ତ୍ର ଯୁକ୍ତି

        ଏଇ ମନୁ ଚାଲି ଯାଉ

ସେବାଭାବେ ମନ  ସଦା ରତ ଥାଉ     

        ଦୁର୍ବଳ ହୋଇ ନ ଯାଉ ।।

 

 

 

 


साहित्याला गुण द्या
लॉग इन