ହେ ବ୍ରଜରସିକ
ହେ ବ୍ରଜରସିକ
ବ୍ରଜରସିକ କୃଷ୍ଣନାଗର
ଅମୃତ ଲୀଳା ବାଣୀ
ଶୁଣିଲେ ପାପ ନାଶ ହୋଇବ
ଶୁଣ ଭକତ ମଣି |
ଦେବକୀ କୋଳେ ଜନମ ପ୍ରଭୁ
କୃଷ୍ଣ କୈବଲ୍ୟ ଦାତା
ଅନନ୍ତ କୋଟି ଭକ୍ତ ଯାହାଙ୍କୁ
ଭଜେ ପରମ ପିତା |
ଅଷ୍ଟମ ଗର୍ଭେ ଜନମ ହୋଇ
ବଢିଲେ ଧରାଧାମେ
ଆଠ ବରଷ ସାଥୀ ମେଳରେ
ଖେଳିଲେ ନନ୍ଦ ଗ୍ରାମେ |
ସାଙ୍ଗରେ ପୁଣି ଭାଇ ବଳିଆ
ସୁଦାମା ପରି ମିତ
ଭାଇଙ୍କ ସହ ମିଶି ନାଶିଲେ
କେତେ କେତେ ଦଇତ|
ଅଘା ବତ୍ସାଙ୍କୁ ମାଇଲେ ପୁଣି
କଲେ ପୁତନା ହତ
ଅଜ୍ଞାନ ମୁଖେ ଦେଖିଲେ ମାଅ
ବିଶ୍ୱ ବ୍ରହ୍ମାଣ୍ଡ ରୂପ |
ଅଖିଳ ସ୍ୱାମୀ ହୋଇ ବି ସିଏ
ଚରାଇ ଗଲେ ଧେନୁ
ହାତରେ ତାଙ୍କ ମୋହନ ବେଣୁ
ବାଜଇ ରୁଣୁଝୁଣୁ ||
ସ୍ୱର୍ଗରୁ ଥାଇ ଦେଵୀ ଦେବତା
କରନ୍ତି ପୁଷ୍ପ ବୃଷ୍ଟି
ଅର୍ଦ୍ଧ ଦେଶକୁ ଓହ୍ଲାଇ ବତ୍ସା
ହରିଲେ ପରମେଷ୍ଟି |
ନନାଦି କର୍ମେ ଗୋପେ ଗୋବିନ୍ଦ
ମହିମା ପ୍ରକଟିଲେ
ଅଙ୍ଗୁଳି ଅଗ୍ରେ ଅଚଳ ମେରୁ
ଧରିଣ ଟେକାଇଲେ |
କାଳୀୟ ଅହି ଉପରେ ନାଚି
ପଦ୍ମ ତୋଳିଲେ ହରି
ଗୋପ ନାରୀଙ୍କ ବସନ ଚୋରି
କରନ୍ତି ବଂଶୀଧାରୀ |
ରାଧିକା ମାଇଁ ପ୍ରେମରେ ବାଇ
କୁଞ୍ଜରେ ହେଲେ ଉଭା
ବଂଶୀ ସ୍ୱନରେ ମୋହିତ କଲେ
ଗୋପ ନାଗରୀ ଯୁବା |
ଗୋପର ଲୀଳା ସମାପ୍ତ କରି
ମଥୁରା ପୁର ଗଲେ
ଅପୂର୍ଵ ଶିରୀ କୁବୁଜା ହେଲା
ହାତସ୍ପର୍ଶରେ ହେଳେ |
ଅଷ୍ଟମଲ୍ଲଙ୍କୁ ବିନାଶି କରି
ପାଳିଲେ ବସୁନ୍ଧରା
ମାମୁଁ କଂସର ଔଦ୍ଧତ ନାଶି
ବଧିଲେ ସୁଖେ ପରା |
ସୁଖ ସମ୍ଭୋଗ ଐଶ୍ୱର୍ଯ୍ୟ ଭୋଗ
କରିଲେ ମହୀତଳେ |
ଶତ ସହସ୍ର ଗୋପ ବାଳୀଙ୍କୁ
ପ୍ରେମରେ ଫସେଇଲେ |
ଅର୍ଜୁନ ରଥେ ସାରଥୀ କଲେ
ମହାଭାରତ ଯୁଦ୍ଧ
ଅଠର ଯୋଗ ପରମ ଶାସ୍ତ୍ର
ବର୍ଣ୍ଣିଲେ ସ୍ୱତଃ ସିଦ୍ଧ |
ସେଇ ପରମ ସ୍ୱାମୀ ମୋହର
ବୁଝି ମୋ ହୃଦ ଭାବ
ତା ପଦ୍ମପାଦେ ଦେବେ ଶରଣ
ଜାଣି ମୋ ହାନିଲାଭ |
ଛନ୍ଦା ଚରଣେ ବନ୍ଧା ମୋହର
ଜୀବନ ଚଉତିଶା
ମାର କି ତାର କହିବି କିଆଁ
ସବୁ ତୁମରି ଇଚ୍ଛା |
