ହେ ଭକତ ବତ୍ସଳ ହରି
ହେ ଭକତ ବତ୍ସଳ ହରି
ଭକତ ବିଶ୍ୱାସ ଭାଙ୍ଗିଲନି ତୁମେ
ଭକତ ବତ୍ସଳ ହରି
ଭକ୍ତ ଅଭିମାନ ଭାଙ୍ଗିଦବା ପାଇଁ
ଆସ ନନ୍ଦିଘୋଷ ଚଢି |
ନିରଵୀ ଆଖିରେ ଜଳଜଳ ଚାହିଁ
ଦେଖ ଭକତଙ୍କ ଲୁହ
ଅନ୍ତର ମଧ୍ୟରେ ବିଳପି ବିଳପି
ଖାଲି ଖାଲି କାନ୍ଦୁଥାଅ |
ଜଗତ ଜନ ର ଦୁଃଖ ଫେଡିବାକୁ
ବରଷକେ ଥରେ ଆସ
ବଡ ଦାଣ୍ଡେ ତୁମ ନନ୍ଦିଘୋଷ ରଥେ
ମୁରବୀ ଭାବରେ ବସ |
ଯୋଡ଼ହସ୍ତେ ଯେବେ ଭକ୍ତ ବଖାଣନ୍ତି
ଅନ୍ତର ଗହନ ବ୍ୟଥା
ତୁମ ନାଲି ଓଠେ ହସ ଖେଳିଯାଏ
କୁହ କିଛି ନାହିଁ କଥା |
ମୁଁ ଅଛି ପରା କାହିଁକି ଭାବନା
ହେବି ମୁଁ ରକ୍ଷାକବଚ
ମୋ ପରେ ସର୍ବେ ରଖରେ ଭରସା
କରିବି ଦୁଃଖ ରୁ ମୋକ୍ଷ |
ଏଥର ର କିନ୍ତୁ ସେମିତି ସାନ୍ତ୍ୱନା
ଦେଲନାହିଁ କାହିଁପାଇଁ
ରୋଗମୁକ୍ତ ଆଉ ହେବନି କି କେହି
ସୃଷ୍ଟି ଯିବ ଧ୍ବଂସ ହୋଇ |