STORYMIRROR

Kalpana Jena

Others

2  

Kalpana Jena

Others

ଗୁରୁମହାନ

ଗୁରୁମହାନ

1 min
6.7K



ଜୀବନ ତ ମୂଲ୍ୟବାନ ଏଇ ଧରାରେ

ସପନ ଵି ଛବି ଆଙ୍କେ ଆମ ମନରେ

ଶିଶୁରୁ କୈଶୋର ବାଲ୍ୟରୁ ସ୍ଥବିର ଦେବା ସମ୍ମାନ

ଗୁରୁ ମହାନ ଆମ ଗୁରୁ ମହାନ ।।(ଘୋଷା)

ଗୁରୁ ଆମ ବ୍ରହ୍ମା ବିଷ୍ଣୁ ଗୁରୁ ଆମ ମହେଶ୍ୱର

ଗୁରୁଜୀଙ୍କ ପ୍ରେରଣାରେ ଅନ୍ଧକାର ହେଉ ଦୂର

ଗୁରୁଙ୍କୁ ମାନିବା ଆଦେଶ ପାଳିବା ଦେବା ସମ୍ମାନ

ଗୁରୁ ମହାନ ଆମ ଗୁରୁ ମହାନ ।।

ଗୁରୁଭକ୍ତି ମନେ ଥିଲେ ସଂଘର୍ଷରେ ଜିତିଯିବୁ

ଜୀବନରେ ପ୍ରଗତି ଓ ସଫଳତା ବାର୍ତ୍ତା ଦେବୁ

ଆସ ହେ ପାଠକ ଆସ ହେ ଶାସକ ଦେବା ସମ୍ମାନ

ଗୁରୁ ମହାନ ଆମ ଗୁରୁ ମହାନ ।।

ନିଜ ପୁତ୍ର କନ୍ୟା ଭାବି କ୍ଷମା ଦେବ ଆମ ଦୋଷ

ରାଗ ରୋଷ ଦ୍ଵେଷ ଭୁଲି ଢାଳିଦିଅ ହେ ଆଶିଷ

ତାରଣ କର ହେ ଶରଣ ଦିଅ ହେ ରଘୁନନ୍ଦନ

ଗୁରୁ ମହାନ ଆମ ଗୁରୁ ମହାନ ।।


କଳ୍ପନା ଜେନା

ସହକାରୀ ଶିକ୍ଷୟତ୍ରୀ

ବେଣୁଦା ନୋଡାଲ ,ଭୋଗରାଇ,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍