STORYMIRROR

Kalpana Jena

Others

2  

Kalpana Jena

Others

ସପନ

ସପନ

1 min
5.5K




ଉତ୍ଥାନ ପତନ ଭରା ଏଇ ଜୀବନ
ଦୁଃଖ ବିନା ସୁଖ ଏଠି ମୂଲ୍ୟହୀନ ।।(୧)
ସ୍ୱର୍ଗୀୟ ସୁଷମା ପ୍ରାୟ ଲାଗଇ ତ ସ୍ବପ୍ନ
ବାସ୍ତବତା କିନ୍ତୁ ଅଟେ ପୁରାପୁରି ଭିନ୍ନ ।।(୨)
ସପନ ଭରଇ ମନେ ଖୁସିର ପୁଲକ
ଅବାସ୍ତବ ସତ୍ୟ ତାହା ନିରାଶା ବାହକ ।।(୩)
ସ୍ବପ୍ନ ବିନା ଜୀବନ ବି ଅଟଇ ଅପୂର୍ଣ୍ଣ
ସାକାର କରିବା ପାଇଁ ଚାହେଁ ଆମ ମନ ।।(୪)
ସ୍ବପ୍ନରେ ହଜିବାକୁ ଲାଗେ ଭାରି ମଜା
ହେଲେ ସତ୍ୟର ସ୍ୱରୁପ ସଦା ଦିଏ ସଜା ।।(୫)
ଆଶାର କିରଣେ ନର ସ୍ୱପ୍ନକୁ ସାଉଁଟେ
ଅବିଷର୍ଣ ହୁଏ କିନ୍ତୁ ସେ ଯେ ହାଟେଘାଟେ ।।(୬)
ସ୍ୱପ୍ନ ଦୁନିଆରେ ଭିକାରୀ ବି ବାଦଶାହା
ବାସ୍ତବରେ ଖୋଜେ ସେ ତ ବଂଚିବାର ରାହା ।।(୭)
ସପନ ଯେ କେବେ ଦିଏ ବହୁ ବିଡ଼ମ୍ବନା
ସୀମା ସରହଦ ସେ ଯେ କିଛି ବି ମାନେନା ।।(୮)
ସ୍ୱପ୍ନ କେବେ ମରୀଚିକା ପୁଣି ପ୍ରହେଳିକା
ନିରାଶା ହତାଶା ନେଇ ଚାଲୁଥାଏ ଏକା ।।(୯)
ସ୍ବପ୍ନ ସଭିଏଁ ଦେଖନ୍ତି କି ବଡ଼ ବା ସାନ
ଶିଶୁରୁ ସ୍ଥବିର ପୁଣି ଧନୀ ଅବା ଦୀନ ।।(୧୦)
ଭିକ୍ଷୁକଟେ ସ୍ୱପ୍ନେ ବସେ ଯେ ରାଜେନ୍ଦ୍ରାସନେ
ଅମୀର ଲୋକ ସ୍ୱପ୍ନରେ ବସେ ଦୀନସ୍ଥାନେ ।।(୧୧)
ସ୍ୱପ୍ନ ଦୁନିଆଁର ନର ଯେ ଲଗାମଛଡ଼ା
ସ୍ଵଛନ୍ଦରେ ବୁଲେ ପୁଣି ପାଏ ନି ବି ପୀଡା ।।(୧୨)
ଜୀବନ ଅଟଇ ସ୍ୱପ୍ନର ବାଲୁକା ସ୍ତୁପ
ବାସ୍ତବତା ଏ ଜୀବନେ ଜଳାଏ ପ୍ରଦୀପ ।।(୧୩)

କଳ୍ପନା ଜେନା
ଶିକ୍ଷୟତ୍ରୀ , ଵ୍ରଜେନ୍ଦ୍ର ନାଥ ନୋଡାଲ ଉ.ପ୍ରା. ବିଦ୍ୟାଳୟ ,ବେଣୁଦା
୮୪୫୬୦୯୮୦୭୩


Rate this content
Log in