STORYMIRROR

Kalpana Jena

Others

3  

Kalpana Jena

Others

ବିଶ୍ୱାସ

ବିଶ୍ୱାସ

1 min
576




ବିଶ୍ୱାସ ଯେ ଏଠି ପ୍ରତି ମୁହୂର୍ତ୍ତରେ

ମରଇ ନିଶ୍ୱାସ ତଳେ

ମିଥ୍ୟା ପ୍ରତିଶ୍ରୁତି ପ୍ରତାରଣା ଭରା

କୁହୁକର ମାୟାଜାଲେ ।।(୧)


ମାନବିକତାର ଦ୍ୱାହି ଦେଇ ନର

ନିତି ପାପ କର୍ମେ ମାତେ

ସଂସ୍କାର ସୁକର୍ମୁ ବିରତ ହୋଇଣ

ଭାଷେ ଦୁର୍ନୀତିର ସ୍ରୋତେ।।(୨)


ଭଦ୍ର ମୁଖା ପିନ୍ଧା ଶିକ୍ଷିତ ସମାଜ

ଆଜି ବି ଦୁର୍ନୀତିଗ୍ରସ୍ତ

ନିଜ ସ୍ୱାର୍ଥେ ଲିପ୍ତ ହୋଇଣ ସର୍ବେ

କରନ୍ତି ସବୁ ଅନିଷ୍ଟ ।।(୩)


ମଣିଷପଣିଆ ଭୁଲିଯାଇ ନିତି

ବିଶ୍ୱାସରେ ଭରେ ବିଷ

ପାଶବିକତାକୁ ଆପଣାଇ କରେ

ସଂସ୍କୃତିର ଅପଭ୍ରଂଶ ।।(୪)


ବିଶ୍ୱାସ ହଜିଛି ସବୁ ସମ୍ପର୍କର

ଛଳନାର ଛଦ୍ମବେଶେ

ସମ୍ପର୍କ ଆଜି ତ ଶଠତାର ଜାଲେ

ଭାଙ୍ଗିଯାଏ ଅନାୟାସେ ।।(୫)


କଳ୍ପନା ଜେନା*

*ବ୍ରଜେନ୍ଦ୍ର ନାଥ ନୋଡାଲ*

*ବେଣୁଦା ,କମର୍ଦ୍ଦା ,ବାଲେଶ୍ୱର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍