STORYMIRROR

Kalpana Jena

Others

2  

Kalpana Jena

Others

ବିଚିତ୍ର ସଂସାର

ବିଚିତ୍ର ସଂସାର

1 min
6.0K



ହସର ଲୁହର ଏହି ସଂସାର

ଏଠି ଦୁଃଖ ବେଶୀ ସୁଖ ସାତ ପର ।।(୧)


ଶାନ୍ତି ଖୋଜୁଛି ମନ ମୋର

ହେଲେ ଅଶାନ୍ତିର ଏ ତ ବାଲିଘର ।।(୨)


ଇଛା ହୁଏ ମିଳୁ ଖୁସି ବାରମ୍ବାର

କେବେ ଲହରୀ ସୁଖର କେବେ ଦୁଃଖର ଜୁଆର।।(୩)


ତଥାପି ମଣିଷ ଏଠି ତତ୍ପର

କ୍ଷଣିକ ସୁଖରେ ହୁଏ ବିଭୋର ।।(୪)


ଭାବନାରେ ଭାସେ ଲକ୍ଷେ ପ୍ରଶ୍ନ

ଯାଏ ଦିନ ଏଠି ରହେ ଚିହ୍ନ ।।(୫)


ନିରୀହ ଲୋକଟି ଏଠି ପାଏ ଧୋକା

ସଂଘର୍ଷରେ ହାରେ ଲଢ଼ି ଲଢ଼ି ଏକା ।।(୬)


ଭଲ ମନ୍ଦରେ ଆମେ ନ ଜାଣି ଫରକ

ଏଇ ରଙ୍ଗମଞ୍ଚେ ଭୁଲ କରୁ ଯେ ଅନେକ ।।(୭)


ଜ୍ଞାନବନ୍ତ ଲୋକ ଏଠି ହରାଏ ବିବେକ

କ୍ଷଣିକ କାମନା ଲୋଭେ ପଡ଼ନ୍ତି ଅନେକ ।। (୮)


ତଥାପି ସବୁ ଏଡାଇ ମଣିଷ ବଞ୍ଚୁଛି

ପ୍ରତିକ୍ଷଣେ ନୂଆ ଅନୁଭୂତି ସାଉଁଟୁଛି ।।(୯)


କଳ୍ପନା ଜେନା


ଶିକ୍ଷୟତ୍ରୀ ,ବେଣୁଦା ନୋଡାଲ ଉପ୍ରା ବିଦ୍ୟାଳୟ


ଭୋଗରାଇ, ବାଲେଶ୍ଵର

୮୪୫୬୦୯୮୦୭୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍