STORYMIRROR

Santosh Kumar Ojha

Others

4  

Santosh Kumar Ojha

Others

ଗୁରୁ

ଗୁରୁ

1 min
295


ଅନ୍ଧାରରୁ ଯିଏ

ଆଲୋକକୁ ନିଏ

ସେଇ ସିନା ଗୁରୁ ଦେବ,

ଗୁରୁ କୃପା ବଳେ

ଜଗତ ଜିଣିବୁ

କିଣିବୁ ଯଶ ବିଭବ ।

ଭାଗବତ କହେ

ଗୁରୁ ହିଁ ଈଶ୍ବର 

ନମଣିବ ତାଙ୍କୁ ନର,

ଗୁରୁ ଦୟା କଲେ

ସରଗ ଲଭିବୁ

ଯିବୁନି ନରକ ପୁର ।

ଗୁରୁଣ୍ଡି ଗୁରୁଣ୍ଡି

ଏରୁଣ୍ଡି ଡେଇଁଲି

ଗୁରୁ ମାତା ହାତ ଧରି ,

ଗୁରୁ ଧରି ଶିକ୍ଷା

ଦୀକ୍ଷା ବି ସାରିଲି

ସଂସାର ହେବାକୁ ପାରି ।

ଗୁରୁ ଧରି ଥିଲେ

ସ୍ବୟଂ ଭଗବାନ

ଗୁରୁ ବିନା ନାହିଁ କାର୍ଯ୍ୟ ,

ଗୁରୁ ଆଶୀର୍ବାଦେ

ଅନ୍ଧାର ହଟିବ

ଉଇଁବ ଜ୍ଞାନର ସୂର୍ଯ୍ୟ ।

ଶିକ୍ଷା ଗୁରୁ ଦୀକ୍ଷା ଗୁରୁ

ପିତା ମାତା ଆଦ୍ୟ ଗୁରୁ,

ଧର୍ମ ଗୁରୁ କର୍ମ ଗୁରୁ

ନମସ୍ୟ ଏ ପଞ୍ଚ ଗୁରୁ ।

     


Rate this content
Log in