STORYMIRROR

Biswanath Nayak

Others

3  

Biswanath Nayak

Others

ଘୁଙ୍ଗୁର

ଘୁଙ୍ଗୁର

1 min
291


ଘୁଙ୍ଗୁର ! ତୋ ପାଖେ 

       ବିକି ମୁଁ ଦେଇଛି

               ଆପଣାର ତନୁ ମନ। 

ରଙ୍ଗଶାଳାପୁର 

       ନର୍ତ୍ତକୀଟିଏ ମୁଁ

               ତୁ ଅଟୁ ମୋର ଜୀବନ। 

ନଚାଏ ମୁଁ ସିନା

       ସାରା ରଙ୍ଗଶାଳା

              ମୋତେ ନଚାଏ ତୋ ତାନ। 

ମୋ ପାଦେ ତୁ ସିନା

        ହୋଇଅଛୁ ବନ୍ଧା

              ତୋ ପାଶେ ବନ୍ଧା ମୋ ମନ। 

ଅଦୃଶ୍ୟ ନିୟତି

      ଡୋରେ ହୋଇ ବନ୍ଧା

                ଯେମିତି ନାଚେ ମଣିଷ। 

ବନ୍ଧା ହୋଇ ମୁହିଁ

      ତୋ ତାନେ ନାଚଇ

                ନାହିଁ ଦୁଃଖ ଅବସୋସ। 

ଦୁନିଆଟା ପରା

      ଏକ ରଙ୍ଗଶାଳା

               ସରବେ ଏଠି ନାଚନ୍ତି। 

ନିଜ ଅନ୍ତରରେ

      ନିଜ ଦୁଃଖ ଚାପି

               ମୁଁହରେ ହସ ଫୁଟାନ୍ତି। 

ଅହଙ୍କାର ବହି

      ମଣିଷ ଭାବଇ

              ଦୁନିଆକୁ ସେ ନଚାଏ। 

ନିଜପାଦେ ବନ୍ଧା

       ନିୟତି - ଘୁଙ୍ଗୁର

               ଏକଥା ସେ ଭୁଲିଯାଏ। 

ସମସ୍ତେ ଏଠାରେ

       ବନ୍ଧା ହୋଇଛନ୍ତି

               ଆପଣା ଭାଗ୍ୟ ଡୋରିରେ। 

ଅନ୍ୟ ଦୁଃଖେ ଯିଏ

         ହସେ ସେ ଜାଣେନା

               କି ଅଛି ନିଜ ଭାଗ୍ୟରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍