STORYMIRROR

Saroj Kumar Jena

Others

4  

Saroj Kumar Jena

Others

ଗଡ଼ଜାତ ହୋଲି

ଗଡ଼ଜାତ ହୋଲି

1 min
276

           

    ବରଷକେ ଥରେ ଆସିଅଛି ହୋଲି

           ରଙ୍ଗର ପସରା ମେଲି,

ଫାଲଗୁନ ମାସେ ଦୋଳ ପର୍ବ ସଙ୍ଗେ

       ଖେଳିବା ଏକତ୍ର ହୋଲି ...।୧।

ପ୍ରତ୍ୟୁଷେ ଉଠିଣ ବିଭୁଙ୍କ ଚରଣେ

     ଲଗାଇବ ରଙ୍ଗ ନାଲି ,

ତାହାରି ଆଶିଷେ ଦୁଲୁକି ଉଠିଵ

      ରଙ୍ଗ ଭରା ହୋଲି କାଲି ...।୨।

କରିବେ ଭ୍ରମଣ ଗ୍ରାମେ ଭୋଗ ଖାଇ

      ଆମ୍ଭ ଶମ୍ଭୁ ଭୋଳାନାଥ,

ଦେଖିବା ପାଇଁକି ସର୍ବେ ଚାଲ ଯିବା

      ଆମ୍ଭ ଅଷ୍ଟ ଶମ୍ଭୁ ଯାତ ...।୩।

ଉତ୍କଳ ରାଇଜେ ଗଡ଼ ଇତିହାସେ

     ଏଭଳି ଯାତ ବିରଳ ,

ଆମ ଗଡ଼ ଯାତେ ହୁଅନ୍ତି ଏକତ୍ର

    ଅଷ୍ଟଶମ୍ଭୁ ସର୍ବେ ମେଳ ....।୪।

ବାଲିଝରୀ ଠାରୁ କମଳାଡିହ ଯାଏଁ

   ଆସିଥାନ୍ତି ସର୍ବ ଶମ୍ଭୁ ,

ପଟୁଆର ହୋଇ ରାଜଵାଟି ଯାଏଁ

  ଯାଇଥାନ୍ତି ଅଷ୍ଟଶମ୍ଭୁ .....।୫।

ନରସିଂହପୁର ଗଡ଼ ରାଜବାଟି

      ହୋଇ ଉଠେ କମ୍ପମାନ,

ଅଷ୍ଟଶମ୍ଭୁ ଯାତ ଦେଖନ୍ତି ସମସ୍ତେ

   ସେ ଦୋଳ ପୂର୍ଣ୍ଣିମା ଦିନ ...।୬।

ଫଗୁଣ ଫଗୁରେ ରଙ୍ଗ ଭାରିଯାଉ

    ପ୍ରେମୀ ଯୁଗଳଙ୍କ ମନ ,

ଶୁଭମୟ ହେଉ ଚଲାପଥ ତୁମ

     ହୋଲି ଭଳି ସବୁ ଦିନ....।୭।

ସର୍ବ ବନ୍ଧୁଗଣ ସର୍ବ ଗୁରୁଜନ

    ହୋଲିର ଅଭିନନ୍ଦନ ,

ଶାନ୍ତିର ପରବେ ଧ୍ୟାନ ସହକାରେ

   ରଖିବ ଯତ୍ନ ଲୋଚନ ....।୮।

ସଭିଙ୍କ ପ୍ରେରଣା ସଦା ରହିଥାଉ

   ଝରୁ ଆଶିଷ ସୁମନ ,

କବିତା ଲେଖିଣ ବିତିଯାଉ ମୋର

   ଏହି ସୁନ୍ଦର ଜୀବନ ...।୯।

             

        

     


  


Rate this content
Log in