STORYMIRROR

Satyaprakash Sethy, M. A(UGC NET)

Others

4  

Satyaprakash Sethy, M. A(UGC NET)

Others

ଗାଁ ହାଲଚାଲ

ଗାଁ ହାଲଚାଲ

2 mins
120

ଆମ ଗାଁ ହାଲଚାଲ ବେଶ୍ ମଜେଦାର

ଏବେ ସହରଠୁ ଗାଁ ହେଲାଣି ବେହାଲ୍

ଏଠି ଆଉ ନାହିଁ ସାହୁକାର ଜମିଦାର

ହେଲେ ଦଳାଦଳି ରାଜନୀତି ସବୁ ଖାଇଲା ।

ତା ବାଡ଼ି ଦେଇ ନଦୀ ତୁଠ ଯାଏନି ମୁଇଁ

ମୋ ଜମି ଦେଇ ହଳ ବଳଦ ଆଣେନି ସିଏ

ନିଶାପ ହୁଏନି ଆଉ ଦିଅଁଙ୍କ ଚକଡାରେ

କୋର୍ଟ କଚେରୀରେ ଯାଇ ମାମଲା ଫିଟ୍ ।

ଟିକିଏ କଥାରେ ବାଡ଼ି ଠେଙ୍ଗା ଉଠେ

କେହି କାହା କଥାକୁ ସହି ନପାରେ

ଗ୍ରାମ୍ୟ ରାଜନୀତି ଗାଁ ମୁଖିଆଙ୍କ କୂଟନୀତି

ଗାଁଟାକୁ କଲାଣି ଓଲଟ ପାଲଟ ।

ଭାଗବତ ଟୁଙ୍ଗି ଆଜି ପରିବର୍ତ୍ତିତ

ମଦୁଆ ନିଶାଡି ଜୁଆଡି ଆଡ୍ଡାରେ

କ୍ଲବ ପିଣ୍ଡାରେ ବେକାରୀ ଟୋକାଏ ଭଳଭଳ

ହୋଇ ଖାଲି ମାରନ୍ତି ଟହଲ ।

ୟା ତା’ବାଡିରୁ ଚୋରି କଖାରୁ ବତକ

ଭୋଜି ଭାତ କରି ପେଟେ ଖାଆନ୍ତି

ଚାନ୍ଦା ଚପଟ ନେଇ ହରିଲୁଟ କରନ୍ତି ।

ଶୋଧାଶୋଧି କରି ଗାଁଟାକୁ ଉଚ୍ଛନ୍ନ ରଖନ୍ତି

ଅସାମାଜିକ କାର୍ଯ୍ୟ କଳାପ ବଢେ ବହୁତ

ପ୍ରତିବାଦ କଲେ ଘରୁ ଘୋଷାରୁ ଦମେ ଛେଚନ୍ତି

ଆଇନର ଆଶ୍ରୟ ନେଲା ଉତ୍ତାରୁ ।

ଜୀବନରୁ ମାରି ଦେବାକୁ ଧମକ ଦିଅନ୍ତି

ଅତି ଗରିବ ଲୋକ ବେଦନା ସହେ

ମାଲି ମୋକଦ୍ଦମାରେ ପଡି ଗାଁକୁ ଭୂଲେ

ଗାନ୍ଧିଜୀଙ୍କର ଗାଆଁକୁ ଫେରି ଚାଲ ମନ୍ତ୍ର ।

ଆଉ କରୁନି କାମ, ଗାଁକୁ ମାଡୁଛି ଡର

ତଥାପି ଏତେମତେ ଦାରୁଣ୍ଯ କାରୁଣ୍ୟ

ମୋ ମନୁ ପାରିନି ଲିଭାଇ

ଜନ୍ମ୍ ମାଟିର ମୋହ

ଜନ୍ମ୍ ମାଟିର ମୋହ ।



Rate this content
Log in