ଗାଆଁର ଡାକ
ଗାଆଁର ଡାକ
ସହର ତତେ କିମିଆଁ କରିଛି
ଗାଆଁର ମଣିଷ ଆରେ
ଝଡ଼ି ପୋକ ପରି ସହରେେ ଧାଇଁଛୁୁ
ଭେଜାଲ୍ ସେ ଦୁନିଆରେ
ସହରୀ ସଭ୍ୟତା ମୋହ
କାହିଁକି ତୋହର କୁହ ?
ସହର ଜୀବନ ନୁୁହେଁ ତ ସରଳ
ଜଟିଳ ପାଷାଣ ପୁରୀ
ଯନ୍ତ୍ର ପରି ତୁହି ଖଟିବୁରେ ଖାଲି
ନିତି ନିତି ହୋଇ ଘୋରି
ଶୁଣିବେନି କେହିି ଦୁଃଖ
ପଶୁ ସମ ବୋଝ ବୋହି ବୋହି ତୋର
ସରିବ ଆୟୁଷ ଟିକ ।।
ଭିଟାମାଟି ଛାଡିି ଯାଆନା ତୁ ଚାଲି
ଦାଦନ୍ ନାଆଁଟା ଶୁଣିି
ଦଲାଲ୍, ମାଲିକ କ୍ରୁର, ନିଷ୍ଠୁର
ରକ୍ତ ହୋଇବ ପାଣିରେ
ଖୋଜ ତୁ ଏଇଠି କାମ
ଦାନା ପାଣି ତୋର ଯୋଗାଡ ହୋଇବ
ଏଠାରେ କର ତୁୁ ଶ୍ରମ ।।
ମିଳିବନି ଟିକେ ଜ୍ବର କୁ ଔଷଧ
ଶୁଣିବୁନି ଆହା ପଦେ
ମାଲିକ ଚାବୁକ୍ ପିଠିରେେ ବାଜିଲେ
ଗୁହାରିବୁ କାହାା ପଦେ ।।
ଦୁର୍ବଳ ଉପରେ ସବଳ ଶାସନ
କପାଳ ନିନ୍ଦିବୁ ଖାଲି
ଯିବା ପଥ ତୋର ଅଫେରା ହେବକି ?
ଯାଆନା ତୁ ପଥ ହୁଡି ।।
ମନେ ପକା ଥରେ ତୋ -
ଗାଆଁ ଭୂଇଁର ମୁଣ୍ଡିଆ ଛପର ଚାଳ
ଝାଟିମାଟିର ସେେ ଟିକି କୁଡ଼ିଆଟି
ସିଏ ତୋ ସରଗ ପୁର ।।
ବିଲେ ତୋର ସ୍ବର୍ଣ୍ଣ ଲକ୍ଷ୍ମୀ ଉଭାରେ
ତୋର ସ୍ବେଦ ବୁହା ଦାନେ
ଗୃହବଧୂ ତୋର ପୂଜଇ ଦେବତା
ତୋ ଶୁଭ ମନାସି ମନେ ।।
ଗାଆଁମଣ୍ଡପରେ ଦିନ ଖରାବେଳେ
ସାଙ୍ଗ ସାଥି ସାଥେ ମିଶି
ଗଳ୍ପ ଚାତୁରୀ, ବାର୍ତ୍ତା ମାଧୁରୀ
ରସେ ଯାଉଥିଲୁ ରସି
ବାଣ୍ଟୁଥିଲୁ ସୁଖ, ଦୁଃଖ
ମିଳିବ କି ତତେ ସହରିି ଜୀବନେ
ଏପରି ସମୟଟିକ ?
ତଥାପି ଯାଉଛୁୁ ମଜ୍ଜି
ଝଲ୍ ମଲ୍ ସେହି ସହରିି ପରଶେ
ଯାଆନା ରେ ତୁହିି ହଜି ।।
ଡାକୁଛି ତତେ ରେେ ଗାଆଁମାଟି ମୁହିଁ
ଡାକୁଛି ଜନମ ଭୂଇଁ
ଫେରିଆ କୋଳକୁୁ ସନ୍ତାନ ମୋର
ଅବୁଝା ହୁଅରେେ ନାହିଁ ।।
ସମୟ ନାହିଁରେ ଆଉ
ଫେରିଆ କୋଳକୁୁ ସନ୍ତାନ ମୋର
ନ ସହରେ ଏତେ ଦାଉ ।।
କମଳିନୀ ଦେବୀ
ଭୂବନେଶ୍ୱର, ଇଉନିଟ୍-6
