STORYMIRROR

Kamalini Devi

Others

2  

Kamalini Devi

Others

ନୀଳାଚଳ ଦର୍ଶନ

ନୀଳାଚଳ ଦର୍ଶନ

1 min
3.6K


ନୀଳାଚଳ ଦର୍ଶନ

ଜୀବନ ରେ ଥିବି ଯେବେ ଯିବି ନୀଳାଚଳ
ଦର୍ଶନ କରିବି ଯାଇ ବ୍ରହ୍ମାଣ୍ଡ ଠାକୁର ।।
ସିଏ ବ୍ରହ୍ମା ସିଏ ବିଷ୍ଣୁ, ବରଦାତା ହର
ଦୁଃଖ, ସୁଖ ଜଣାଇବିି ମୋ ପାପ ପୁଣ୍ୟର ।।
ଶଙ୍ଖ କ୍ଷେତ୍ରେ, ନୀଳଶୈଳେ ବିରାଜିତ ସିଏ
ଦାରୁବ୍ରହ୍ମ ରୂପରେ ଏ ଜଗତକୁ ମୋହେ ।।
ଶବରୀ ଅଇଁଠା ଖିଆ ଏହି ସେ କାଳିଆ
ବୃନ୍ଦାବନେ ଧେନୁ ଚରା ଶ୍ରୀ ବନମାଳିଆ ।।
ବ୍ରଜବାଳି ହୃଦଚୋରାା ରାଧିକା ବଲ୍ଲଭ
ବସିଅଛି ନୀଳାଚଳେ ସେ ନୀଳମାଧବ ।।
ଛପନ ପଉଟି ଭୋଗ ଭୁଞ୍ଜଇ ସେ ବସି
ଆନନ୍ଦ ବଜାରେ ଦିଏ ଆନନ୍ଦ ପରସି ।।
ଭୁଲି ସିଏ ଗୋପପୁର ଭୁଲିଲା ଗିରି କନ୍ଦର
ଭୂଲିଛି ନନ୍ଦ, ଯଶୋଦା ସଖା ମଧୁମଙ୍ଗଳ ।।
ରତ୍ନସିଂହାସନେ ବସି ବିଶ୍ବା ଶବର ଭୁଲିଛି
ବଡଦେଉଳର ମୋହ ପାରୁନି ମନୁ ମୁରୁଛି ।।
ଦୁଇ ବାହୁ ଟେକି ଡାକେ ଭକତ ଜନେ ସେ
ପତିତପାବନ ବାନା ଉଡାଇ ଟାଣେ ସେେ ।।

କମଳିନୀ ଦେବୀ
ଭୂବନେଶ୍ୱର, ଇଉନିଟ୍ -6


Rate this content
Log in