STORYMIRROR

SIPRA NAMTA

Others

3  

SIPRA NAMTA

Others

ଏକାନ୍ତ ନିଃସଙ୍ଗ

ଏକାନ୍ତ ନିଃସଙ୍ଗ

1 min
13.6K


ପ୍ରାଚୁର୍ଯ୍ୟର ଅସହାୟତାର ଦ୍ୱାରଦେଶେ

ଉପନୀତ, ଆଭିଜାତ୍ୟ ସମ୍ଭ୍ରାନ୍ତ ପଣିଆ

ଷ୍ଟ୍ରୀଟ ଲାଇଟର ନିଅନ ଆଲୋକର 

ଉଜ୍ଜ୍ଵଳ ତରଙ୍ଗେ 

ଲାଗେ ଏକାନ୍ତ ନିଃସଙ୍ଗ.... ନିଃସଙ୍ଗ । ।

ସୁ-ଉଚ୍ଚ ପ୍ରାସାଦର ଆଧୁନିକ ଭବ୍ୟ କୋଠରୀରେ

ହଜିଯାଏ ,ଜ୍ୟୋତ୍ସ୍ନା ବିଧୌତ ସାୟଂ

ରଜନୀର ଅପରୂପ ଶୋଭା 

ମାଳ ମାଳ ମଣିଷ ବଜାରରେ ମିଳେନା

ତିଳେ ମାତ୍ର ସ୍ନେହ ଓ ଶରଧା

ଅନ୍ଧ ଗଳିର ନଗ୍ନ ବିଭୀଷିକା 

କରେ ଏକାନ୍ତ ନିଃସଙ୍ଗ ....ନିଃସଙ୍ଗ । ।

ଘନ ତମିଶ୍ରାର ଆଦିମତାର ସ୍ଵାକ୍ଷର ପରେ 

ଉଦେ ନବ ଦିଗନ୍ତ ପ୍ରାଚୀ ନଭ ତୀରେ 

ମହୀରୁହ ପ୍ରଶାଖାରେ ,ପ୍ରଭାତୀ କାକଳୀ ଗୁଂଜେ

ଦିବ୍ୟତ୍ୱର ସନ୍ଧାନରେ ବେଦନା ଯେ ଝରେ 

ପାଞ୍ଚାଳୀ ସଜାନ୍ତି ସର୍ବେ ଏଠି, ଧୃତରାଷ୍ଟ୍ର ଦରବାରେ

ଲାଗେ ,ଏକାନ୍ତ ନିଃସଙ୍ଗ ... ନିଃସଙ୍ଗ । ।

ସିପ୍ରା ନାମତା (ନମ୍ରତା )


Rate this content
Log in