ଦୟାକର ଜଗନ୍ନାଥ
ଦୟାକର ଜଗନ୍ନାଥ
ପ୍ରାଣର ଦେବତା ପ୍ରଭୁଜଗନ୍ନାଥ
ଅଭିମାନେ ତୁମେରୁଷି
ଜଗତ ଉପରେ ନୀରବ ଘାତକ
ପଠାଇଛ ରାଗେଆସି ।
ଏଇବୋଧେ ତୁମ କଳକୀଅବତାର
ମ୍ଲେଛର ସଂହାର ପାଇଁ
ଅଦୃଶ୍ଯରେ ବାରହାତ ଖଣ୍ତାଧରି
ମହାମାରୀକୁ ପଠାଇ ।
ମନରେ କୋକୁଆଭୟ ସୃଷ୍ଟିକରି
ଆଶଙ୍କାରେ ଦିନରାତି
ଦୂରେଇ ରଖିଛ ସଙ୍ଗରୋଧ କରି
ବିଶ୍ବେ ତାଲାବନ୍ଦ ନୀତି ।
ସାରାବିଶ୍ବେ ଶୁଭେ ବ୍ଯାକୁଳତାସ୍ବର
ସଂକ୍ରମିତ ଶକ୍ତିଦେଖି
ଅଦୃଶ୍ଯଭୂତାଣୁ ଭୈରବ ଆତଙ୍କେ
ଅଚିହ୍ନା ବ୍ଯାଧି ପରଖି ।
ଛୋଟଭୂତାଣୁଟି ସର୍ବଶକ୍ତିମାନ
କରାଳ ରୂପକୁ ଧରି
ସଂକ୍ରମିତ ହୋଇ ଗ୍ରାସିଯାଉଅଛି
ରକ୍ଷାକର ଚକ୍ରଧାରୀ ।
ଚକାଚକା ଆଖି ପଲକ ପଡୁନି
ଦେଖୁଛ ମନ୍ଦିରେ ବସି
ସୃଷ୍ଟିଟି ତୁମର ହୁଏ ନାରଖାର
ଦେଖିଯାଅ ଥରେ ଆସି ।
ଶାନ୍ତିକୁ ପଠାଇ ଅଶାନ୍ତି ଦୂରାଅ
ତୁମେ ତ ଜଗତନାଥ
ତୁମେ ଥାଉଥାଉ ହେବୁନି ଅନାଥ
ଦୟାକର ଜଗନ୍ନାଥ ।