STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ଦୟା ନଦୀ

ଦୟା ନଦୀ

1 min
511


ଦୟା ନଦୀ କୂଳେ ଧଉଳି ପାହାଡ଼

ଶାନ୍ତି ସ୍ତୁପ ରୂପେ ଖ୍ୟାତ

ବୌଦ୍ଧ କିର୍ତ୍ତୀମାନ ବୌଦ୍ଧ ମୂର୍ତ୍ତିମାନ

ଯହିଁ ଅଛି ବିରାଜିତ।। 1

ଚଣ୍ଡାଶୋକ ଦିନେ ଭାବ ଭାବାନ୍ତରେ

ହୋଇଥିଲେ ପରିବର୍ତ୍ତିତ

ଧର୍ମାଶୋକ ନାମେ ହେଲେ ସେ ବିଖ୍ୟାତ

ବୌଦ୍ଧ ଧର୍ମ ପ୍ରସାରିତ ।।2

କାରୁବାକୀ ପାଇଁ କଳିଙ୍ଗ ସହିତ

କଳିଙ୍ଗ ମହା ସମର

ରଣାଙ୍ଗନେ ଯୁଝି ପ୍ରାଣ ଦେଲେ ବଳି

ଲକ୍ଷେ ଓଡ଼ିଆର ବୀର ।।3

ଏମିତି ବୋହିଲା ରକ୍ତ ନଦୀ ହେଲା

ରକ୍ତର ସୁଅ ଛୁଟିଲା

ମଗଧ ରାଜନ ଟାଣ ପଣ ଗଲା

ହୃଦୟ ବତୁରି ଗଲା ।।4

ଧଉଳି ସ୍ତୁପଟି ଶାନ୍ତିର ପ୍ରତୀକ

ଯୁଦ୍ଧର ବିରତି ପରେ

ଅଶୋକ ପରାଏ ନିର୍ମମ ନିଷ୍ଠୁର

ଲାଗେ ଧର୍ମ ପ୍ରଚାରରେ।। 5

ତଲୱାର ନୁହଁ ଜୟ ହୃଦୟର

ଏ ମାଟିର ମହା ମୋତି

ଉଦ୍ଘୋଷ୍ ହୁଏ ବିଶ୍ଵ ଦରବାରେ

ଗର୍ବେ ଫୁଲି ଉଠେ ଛାତି ।।6

ଏହି ଆମ ଦେଶ ଶିଖାଇଲା ବିଶ୍ଵ

ଅହିଂସା ପରମ ଧର୍ମ

ଆହାକି ସୁନ୍ଦର ଅପୂର୍ବ ସେ ବାଣୀ

ପ୍ରାଭାବିତ କଲା କର୍ମ।। 0


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍