STORYMIRROR

Satyaprakash Sethy, M. A(UGC NET)

Others

5.0  

Satyaprakash Sethy, M. A(UGC NET)

Others

ଦୁର୍ଗତିନାଶିନୀ

ଦୁର୍ଗତିନାଶିନୀ

1 min
13.4K


ଜୟ ଜୟ ମାଆ ଦୁର୍ଗତିନାଶିନୀ

ଦଶଭୁଜା ପରା ତୁଇ

ଦୁଷ୍ଟ ବିନାଶିନୀ ଶିଷ୍ଟ ପାଳି ଥାଉ

ପରାଭବ ଦୃଷ୍ଟେ ଦେଇ।। 1

କଳି କାଳ ଏହି ଘୋର ବିପର୍ଯ୍ୟୟ

ବିପଥଗାମୀ ଜନ

ଇନ୍ଦ୍ର ଚନ୍ଦ୍ର କିଛି ମାନୁ ନାହିଁ ଆଉ

ଲୁଟୁ ଅଛି ପର ଧନ।। 2

ବିଚାରଟି ଭ୍ରଷ୍ଟ କହୁଅଛି ଗର୍ବେ

ସ୍ଵର୍ଗ ଆଉ ଏକ ପାଦ

ଏଡିକି ନିର୍ବୋଧ ଫୁଟାଣିଆ ଭାରି

ଶୁଣୁ ନାହଁ ଧର୍ମ ପଦ।।3

ଧର୍ମର ଛାଟଟା ଆଚ୍ଛା କରି ଗୋଟେ

ଦିଅନ୍ତୁ କି ତା'ପିଠିରେ

ପାଆନ୍ତା ଚେଙ୍କାଟି ସୁଧୁରି ଯାଆନ୍ତା

ପଛକୁ ଆସନ୍ତା ଭେରେ।। 4

କାହିଁକି ଲୋ ତୁହି କହୁ ନାହୁଁ କିଛି

ପୀଡ଼ା ଦେଉ ଅଛି ଭାରି

ପାରୁନି କେହି ତ ଲଢି ତା’ର ସଙ୍ଗେ

ଦେହ ଯାଉ ଅଛି ଘାରି।। 5

ତୁ ଚାହିଁଲେ ଏକା ଶାନ୍ତି ଯେ ପ୍ରତିଷ୍ଠା

ହୁଅନ୍ତା ଏ ମହୀ ଧାମେ

ପାପୀ ତାପି ଯା'ନ୍ତେ ନିଶ୍ଚିହ୍ନ ହୋଇଣ

ଧର୍ମ ଦେ’ଲୋ ତା'କରମେ।6


Rate this content
Log in