STORYMIRROR

Kamalini Devi

Others

2  

Kamalini Devi

Others

ଦୁର୍ଗା ମାତା

ଦୁର୍ଗା ମାତା

1 min
14.3K




କୋଟି କୋଟି ଟଙ୍କା ବ୍ୟୟେ କରୁଛ ମୋ ପୂଜା

କାହିଁ କେତେ ଯେ ଆଡମ୍ବର

ଷୋଡ଼ଶପଚାରେ କର ଆବାହନ

ନାହିଁ ତାର ଦରକାର ।।

କ୍ଷୁଧାରେ ଆତୁର ମାନବ ଗଡଇ

ରାଜରାସ୍ତାରେ କେତେ

ପଢିଛକି କେବେ ତା ଦୁଃଖ ବେଦନା

କେତେ ଦୁଃସହ ସତେ ।।

ମନ୍ତ୍ରଧ୍ବନୀ ରେ ପ୍ରକମ୍ପିତ ପୂଜାସ୍ଥଳ

ଲୋକାରଣ୍ୟରେ ଭିଡ

ମୋର ଦର୍ଶନେ ଚାଲେ ଠେଲାପେଲା

ନମାନି ବନ୍ଧ ବାଡ ।।

ଜୀବନ୍ତ ଦେବୀକୁ କର ହତାଦର

ଦିଅ ଲାଞ୍ଛନା କେତେ

ମୃତ୍ତିକା ମୂର୍ତ୍ତି ର ଶରଣାଗତ

ହେଉଛ ଜଗତେ ଯେତେ ।।


କମଳିନୀ ଦେବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍