ଦାନବ
ଦାନବ
1 min
1.3K
ପିପିଲି ରୁ ଦିଲ୍ଲୀ ଗଲାଣି ଦୋହଲି
ବଳାତ୍କାର ବଳାତ୍କାର
ମାନବ ଆଜି ତ ଦାନବ ସାଜିଣ
ଭୁଲି ଯାଇଛି ସତ୍କାର ।।
ନାରୀ ଅଟେ ମାଆ, ଭଗିନୀ, ତନୟା
ଶକ୍ତି ରୂପିଣୀ ଜାୟା
ଧରିତ୍ରୀ ସମାନ ସହନଶୀଳା ସେ
ଯୁଗେ ଯୁଗେ ବନ୍ଦନୀୟା ।।
ଏହି ପୂଣ୍ଯ ଭୂମେ ବିବେଚିତ ହୁଏ
ପରଜାୟା ମାତୃସମ
ମାତୃ ସମ୍ବୋଧନେ କରନ୍ତି ଆଦର
ନ ଘେନନ୍ତି ବଡ ସାନ ।।
ଯେଉଁ ନାରୀ ବକ୍ଷ ଅମୃତ ପାନରେ
ପୃଷ୍ଟ ଏ ମାନବ କାୟା
ସେ ନାରୀ ଜାତିକୁ କରେ ଅପମାନ
ନାହିଁ ତିଳେ ଦୟାମାୟା ।।
ନିଜ ରକ୍ଷା ଲାଗି ଅବଳା କରନ୍ତି
ଶ୍ରଦ୍ଧାରେ ରକ୍ଷା ବନ୍ଧନ
ରାକ୍ଷସ କି ତୁମେ ତାର କଞ୍ଚାମାଂସ
ଭକ୍ଷଣେ ବଳାଅ ମନ ।।
ଯେଉଁ ନାରୀ ତୁମ ଆଶିଷ ମନାସି
ପାଳେ ବ୍ରତ ଉପବାସ
ନିଲ୍ଲଜ ସାଜିଣ ସେ ନାରୀ ଜାତିର
କରତୁମେ ସର୍ବନାଶ ।।
ସ୍ରଷ୍ଟାର ର ଯେ ଶ୍ରେଷ୍ଠ ସୃଷ୍ଟି ଏ ମାନବ
ହୁଏ ରସାତଳଗାମୀ
ଧିକ୍କାରିବାକୁ କେଉଁ ଭାଷା ଦେବି
ମୁଖୁ ନ ସ୍ପୁରଇ ବାଣୀ ।।
କର୍ଣପଟ ଯେ ଜଡ ହୋଇଯାଏ
ହୁଅଇ ପଲକ ସ୍ଥିର
କ୍ଷିପ୍ତ ମନ ଯେ ବିଦ୍ରୋହ କରେ
ତପ୍ତ ହୁଏ ତ ରୁଧିର ।।
ଧରିବାକୁ ଦଣ୍ଡ ଦିଅ ହେ ଜନତା
ପୌରୁଷ ତୁମ କାହିଁ ?
ଦେଇ ଦିଅ ଫାଶି ପ୍ରାଣଦଣ୍ଡ ପାଇଁ
ଏକା ସେ ଯୋଗ୍ଯ ଅଟଇ ।।
ସର୍ବ ସମ୍ମୁଖ ରେ ଦିଅ ତାକୁ ଫାଶୀ
ବିଶ୍ବ ହୋଇବ ସ୍ତବ୍ଧ
ଅବଶିଷ୍ଟ ଯେତେ ନାରୀ ଲୋଲୁପ ର
ହେଲେ ହେବ ଜ୍ଞାନ ଲବ୍ଧ ।।
କମଳିନୀ ଦେବୀ