STORYMIRROR

Kamalini Devi

Others

2  

Kamalini Devi

Others

ତୁଳସୀ

ତୁଳସୀ

1 min
2.5K




ତୁଳସୀ ମୁଁ ତୁମ୍ଭ ଅଗଣା ରେ ରହି

ବଢାଏ ଗୃହର ଶୋଭା

ମୋହରି ସୃଷ୍ଟି ଈଶ୍ବର ଙ୍କ ଦାନ

ହରି ଥାଏଁ ପାପ ପ୍ରଭା ।।

ସକାଳେ ସଞ୍ଜରେ ମୋ ଚଉରା ମୂଳେ

ପାଣି ଢ଼ାଳି, ସଞ୍ଜବତୀ -

ଦିଏ ଯେଉଁ ନାରୀ, ସୌଭାଗ୍ଯ ଶାଳିନୀ

ହୁଅନ୍ତି ଯେ ଭାଗ୍ୟବତୀ ।।

କୃଷ୍ଣ, ଜଗନ୍ନାଥ, ନାରାୟଣ ତୋଷ

ମୋ ପତ୍ରରେ ବିଭୂଷିତ

ମୋ ବିନା ମଣୋହି ହୁଏନି ତାଙ୍କର

ତୁଳସୀ ରେ ଭାରି ଆଶ ।।

ତୁଳସୀ ର ମାଳ ତୁଳସୀ ର ଚୁଳ

ତୁଳସୀ ଭୂଷଣ ହୋଇ

ତୁଳସୀ ମୂଳରେ ଗଙ୍ଗା ବିରାଜନ୍ତି

ପତ୍ର ରେ ଦେବତା ଥାଇ ।।

ତୁଳସୀ ମୃତ୍ତିକା କପାଳେ ମାଖିଲେ

ହରିବ ସରବ ପାପ

ତୁଳସୀ ଟି ମାଆ ବୃନ୍ଦାବତୀ ରାଣୀ

ଫେଡିବେ ସମସ୍ତ ଦୁଃଖ ।।


କମଳିନୀ ଦେବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍