STORYMIRROR

Kamalini Devi

Others

3  

Kamalini Devi

Others

ପାର୍ବଣ

ପାର୍ବଣ

1 min
13.4K




ଆସିଲା ଶରତ, ହସିଲା ମରତ

କାଶତଣ୍ଡୀ ହସିଲାଣି

ମୃଦୁ ମନ୍ଦ ଧିରେ ଦୋହଲୁ ଅଛି ସେ

ଶୁଭ ବେଳ କାଳ ଜାଣି ।।

ପରଛା ଦିଶିଲା ଆକାଶ ତ ଏବେ

ନାହିଁ ସେ କଳା ବଉଦ

ଥମିଲାଣି ବର୍ଷା, ଝଞ୍ଜା ଯେତେ

ଉଇଁଲା ଖୁସି ର ଚାନ୍ଦ ।।

ଆସିଲା ପାର୍ବଣ, ଦେବି ଆବାହନ

ଆସିଲେଣି ଦଶଭୂଜା

ଆସୁରିକ ଶକ୍ତି ନାଶି ଧରାଧାମେ

ଅଭୟ ଦେବେ ଗିରିଜା ।।

ଗୋଟିଏ ମହିଷା ନାଶି ଥିଲେ ମାଆ

ଅଗ୍ନି ରୁ ହୋଇ ସମ୍ଭୁତା

କୋଟିଏ ମହିଷା ବୁଲନ୍ତି ଆଜି ଯେ

ହୋଇଣ ଜଗତଜିତା ।।

ପ୍ରତି ନାରୀ ଅଙ୍ଗେ ତବ ଶକ୍ତି ଦିଅ

ମହିଷା ର ବଦ୍ଧ ପାଇଁ

ଜଣେ ନାରୀ ଜଣେ ମହିଷା ନାଶିବ

ରଣଚଣ୍ଡୀ ରୂପ ହୋଇ ।।

ରାକ୍ଷସ ବିହୀନ କରିବ ଏ ଧରା

ଶାନ୍ତି ର ତପୋବନ

ନାରୀ ପାଦ ପୂଜୁ ଏ ସାରା ଜଗତ

ନାରୀ ନାରାୟଣୀ ଜାଣ ।।


କମଳିନୀ ଦେବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍