ଦୁଃଖରେ ତୋଳିଛି ଘର
ଦୁଃଖରେ ତୋଳିଛି ଘର
1 min
6
ମୋହମାୟା ଘେରା ସଂସାର ଭିତରେ
ଦୁଃଖରେ ତୋଳିଛି ଘର
ତୁମେ ହିଁ କେବଳ ମୋ ଆଶା ଭରସା
ଭାବିଛି ଅତି ନିଜର ।
ଅଛି ବୋଲି ଦୁଃଖ ତୁମେ ଅଛ ପାଖ
ବୁଝିଛି ମୋର ଅନ୍ତର
ସେଥିପାଇଁ ପରା ସଦା ମୋ ଚିନ୍ତନେ
ରହିଛ ପରମେଶ୍ବର
କୁନ୍ତୀ ସମ ନିତି କରଇ ବିନତି
ଦୁଃଖ ଥାଉ ସହଚର ।
ସୁଖର ସପନ ତୋଳୁଥିଲେ ମନ
ତୁମେ ରହିଯିବ ଦୂର
ଦେହସୁଖ ଖୋଜି ହରାଇ ବସିବି
ଯେତେ ଆତ୍ମସୁଖ ମୋର
କରେ ନିବେଦନ କରୁଣାନିଦାନ
ଝରୁଥାଉ କୃପା ଝର ।
ଜନ୍ମ ପରେ ଜନ୍ମ ତୁମ ନାମ ଗୁଣ
ହେଉ ମୋ ଧନ ସମ୍ପତ୍ତି
ଦୁଃଖ ପରେ ଦୁଃଖ ଯେତେ ଭେଟୁଥିଲେ
ଶ୍ରୀପୟରେ ଥିଲେ ମତି
କେଉଁ ଜନମରେ ନିଶ୍ଚେ ଖୋଲିଦେବ
ମୋ ପାଇଁ ମୁକତି ଦ୍ବାର ।।