Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

2  

Sarat Jal

Others

ଦରଶନ କରି ଚାଲଯିବା ମନ

ଦରଶନ କରି ଚାଲଯିବା ମନ

1 min
6.6K


ରଥେ ବସିଛନ୍ତି ମୋ କଳା ବାମନ

ଦରଶନ କରି ଚାଲ ଯିବା ମନ ।

ଆଷାଢ ମାସର ଦ୍ୱିତୀୟାର ଦିନ

ଦରଶନେ ପାପ ତାପ ବିମୋଚନ ॥

ବାଇଶି ପାହାଚେ ହୋଇବେ ପହୁଣ୍ଡ

ଟାହିଆକୁ ବାନ୍ଧି ହଲାଇବେ ମୁଣ୍ଡ ।

ବଡଦାଣ୍ଡେ ଭକ୍ତ ହୋଇଲେଣି ରୁଣ୍ଡ

ଜୟ ଜଗନ୍ନାଥ କହୁଥାଉ ତୁଣ୍ଡ ॥

ସିଂହଦ୍ୱାରେ ତିନି ରଥ ହେଲେ ସଜ

ଚାରେ ଚଢିଯିବେ ରଥେ ପ୍ରଭୁ ଆଜ ।

ପତିତପାବନ ଉଡେ ଯାର ଧ୍ୱଜ

ପତିତ ଉଦ୍ଧାର ଯାତ୍ରା ମନ ଭଜ ॥

ଆଗେ ବଡ ଭ୍ରାତା ମଝିରେ ଭଉଣୀ

ପଛରେ ଆସୁଛି ବିଶ୍ଵ ଚିନ୍ତାମଣି ।

ଶୁଭେ ହରି ବୋଲ ହୁଳହୁଳି ଧ୍ୱନି

ନାମ ସଂକୀର୍ତ୍ତନ ଠାବେ ଠାବେ ପୁଣି ॥

ବଳଗଣ୍ଡିଠାରେ ଅଟକିବ ରଥ

ସାଲବେଗ ଭାବେ ବନ୍ଧା ମୋର ନାଥ ।

ଯେ ଭାବେ ଡାକିଛି ତେଜି ନିଜସ୍ୱାର୍ଥ

ତା'ପାଇଁ ଅଟକିଛନ୍ତି ଜଗନ୍ନାଥ ॥

ଶରଧା ବାଲିରେ ଯିବେ ଶରଧାରେ

ପହଞ୍ଚିବେ ଯାଇ ମହା ବେଦୀଠାରେ ।

ଗୁଣ୍ଡିଚା ବାଡିରେ ମନ ତା ପିଠାରେ

ଆଡପ ମଣ୍ଡପେ ବସିବେ କୋଠାରେ ॥

ଏହିପରି ନାନା ଦୃଶ୍ୟ ଦେଖିଦେଖି

ଧନ୍ୟ ହେବ ମନ ନିଜ ଚର୍ମ ଆଖି ।

ଦୟା ରଖିଥିବେ ପ୍ରଭୁ ଚକାଆଖି

ସଂସାର ଜଂଜାଳେ ହେବୁନାହିଁ ଦୁଃଖି ॥

ଶରତ ଚନ୍ଦ୍ର ଜାଲି

ତା:୧୮/୭/୧୮


Rate this content
Log in