STORYMIRROR

Bijaya Kumarr Senapati

Others

4  

Bijaya Kumarr Senapati

Others

ଦିଆସିଲି

ଦିଆସିଲି

1 min
481


କେତେବେଳେ ଜଳିଯିବି

ଜାଣେନା ମୁଁ ଜାଣେନା,

ବାରୁଦର ଗଂଧ କେବେ

ପାଶ ମୋର ଛାଡେନା,

ତଥାପି ମୁଁ ସାଙ୍ଗ ସାଥୀ ମେଳେ ଥାଇ

ହସେ ଖିଲିଖିଲି

ଜଳିବାର ଭାଗ୍ୟ ମୋର,ଅପେକ୍ଷା ବି

ଜଳିବାକୁ ଖାଲି ।


ଟିକିଏ ନିଆଁ ର ଝୁଲ 

ସୃଷ୍ଟି ମୋର କର୍ମ

ଜଳିବା ଓ ଜଳାଇବା

ଅଟେ ମୋର ଧର୍ମ ,

ଅଣଦେଖା ଯେତେ ଯିଏ କରୁ;

ଲୋଡା ହୁଏ,ହେଉଥିବି

ପୃଥିବୀ ରେ ଜନ୍ମ ଜନ୍ମାନ୍ତରୁ ।


ନିର୍ଜୀବ ଦେହର ଗଣ୍ଡି

ଗୋରା ମୋ ଚେହେରା,

ମୁଣ୍ଡରେ ବି ନାଲି,କଳା

ବାଳ କେରା କେରା,

ମଣିଷ ପରିକା ସିନା

ହୃଦୟ, ମୋ ନାହିଁ,

ତଥାପି ମୁଁ କାନ୍ଦେ ଯେବେ

ଅସହାୟ କିଏ କେବେ

ଜଳୁଥିଲେ ହୁତ୍ ହୁତ୍ ହୋଇ।


ମୁହଁ କୁ ମୁହଁ ମୋ ଯୋଡି

ସାଥି ସଂଗେ ହେଉଥାଏ କଥା,

ଆଗେ ତୁ ନାଁ ଆଗେ ମୁଁ

ପାଳି କାର ପଡିବତ ବତା?

ଅଳିକ ସୁଖର ଦିନ

କ୍ଷଣିକେ ସରିବ,

ସାଥି କହେ ତୁ ଥା,ମୁଁ ଯାଏ

ବିରହ ତୋ କିଏ ମୋ ସହିବ?


ବେଳେବେଳେ ସରିଯାଏ

ମୁଠାମୁଠା ସଂସାରର ଖେଳ,

ଶବ ହୋଇ ଶୋଇଯାଏ

ଚଲାବୁଲା ମଣିଷଟି ଯୁଇ ର ଉପର,

ସେନେହ ମମତା ଭୂଲି 

ଯାଏ ସିଏ ପର ପାରି ଯେବେ,

ସାଖି ମୁଁ ତା ପ୍ରୀୟଜନ ହସ କାନ୍ଦ

ଭଲମନ୍ଦ ଯଶ, କର୍ମ ତେବେ।


ଧନ୍ୟ ହୁଏ ଧନ୍ୟ ହୁଏ

ଯେବେ ମୁହିଁ ଧୂପ ସାଥେ ଥାଏ

ସୁମଧୁର ବାସ୍ନା ତାର

ମନ ମୋହିନିଏ,

ମିଞିମିଞି ଆଲୋକେ ମୋ

ଦିଅଁଙ୍କର ମୁହଁ ଦିଶୁଥାଏ,

ସାଧୁ ସଙ୍ଗେ ସଙ୍ଗ ସିନା

ଜୀବନ ମୋ ସଫଳ କରାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍