STORYMIRROR

Bijaya Kumarr Senapati

Others

3  

Bijaya Kumarr Senapati

Others

ସପନ ଯାଆନା ସରି

ସପନ ଯାଆନା ସରି

1 min
1.8K


ସପନ ଯାଆନା ସରି ---

ଇଂ ବିଜୟ କୁମାର ସେନାପତି


ଯାଆନାରେ ସରି ପାହାନ୍ତି ସପନ

ରହିଯା ଦିଘଡି ଆଉ

ମୁଁ ଦେଖୁଛି ତାକୁ, ସେ ଦେଖୁଛି ମୋତେ

ଶୀତରାତି ପାହିଯାଉ !


ସେ କହିନି କିଛି, ମୁଁ କହିନି କିଛି

କେତେକଥା ଅଛି ବାକି

ଶୀତରାତିଟା ବି ବଡ ବେଫାଜିଲ୍

ଝିଂଘାସେ ମଉକା ଦେଖି ।


ମନ ଖୋଜେ ଟିକେ ଉଷୁମ ପରଶ

ସ୍ନେହ ପ୍ରେମ ଅନୁରାଗ

ବିରହ ବିଛ୍ଛେଦ ଅନ୍ତରେ ଘାରଇ

ବେଦନା ସିକ୍ତ ଭାବ ।


ଅନୁଭବି ସିନା ଅନୁଭବ କରେ

ଛାତି ର ଦରଜ ଯେତେ

କିଏବା ବୁଝିବ ସେ ଦରଜ ପୀଡା

ସରେନା ଯେ ଦିନାକେତେ।


ରହି ରହି ବଥା ଅସହ୍ଯ ହୁଅଇ

ସାଥୀ ଥିଲେ ବହୁଦୂରେ

ରାତି ଅସମ୍ଭାଳ ଶୀତ ମହାବଳ

ପରାଏ ଶୀକାର କରେ ।


ରହିଯା ରହିଯା ଶେଫାଳୀର ଫୁଲ

ଏବେବି ଯାଇନି ଝରି

ରହିଯା ରହିଯା କୁହୁଡିର ଧୂଅାଁ

ଆସିନି ଆସିନି ମାଡି ।


ରହିଯା ରହିଯା ଶିଶିର ର ବିନ୍ଦୁ

ଧରାରେ ପଡିବା ଯାଏ

ରହିଯା ମୋ ପ୍ରୀୟା କହିନି ଏଯାଏ

କେତେ ମୋତେ ଭଲପାଏ !

ସି ୭୬ ହେକ୍ଟର ୨ ରାଉରକେଲା ୬

୮୮୯୫୫୦୦୯୯୨


Rate this content
Log in