STORYMIRROR

Bijaya Kumarr Senapati

Others

2  

Bijaya Kumarr Senapati

Others

ଉତ୍ତର ଦିବଂଗତର

ଉତ୍ତର ଦିବଂଗତର

1 min
1.5K


ଗଉତ୍ତର ଦିବଂଗତର ....

ଇଂ ବିଜୟ କୁମାର ସେନାପତି


ସ୍ବପ୍ନରେ ଦିନେ ଦେଖିଲି ଜାନକୀ

ବିଜୁବାବୁଙ୍କର କଥା ବାରତା

ଓଡିଶା ରାଇଜ ଭଲମନ୍ଦ କଥା

ଚାଲିଥିଲା ଭଲ ବନ୍ଧୁ ସେ ଯଥା।

x x x x x x x

ଶୁଣ ଭୂମିପୁତ୍ର ରାଜ୍ୟ ଖବର

ତୋ ପୁଅ ନବୀନା ଶାସନ କରଇ

ଓଡିଶା ରାଇଜେ ବଡ ଜବର ।

ପନ୍ଦର ବରଷ ମୁଖିଆ ହୋଇ

ଓଡିଆ ଦିପଦ କହି ନପାରଇ

ଶୁଣି ତା ଭାଷଣ ଲାଜ ମାଡଇ । ୧

ଏବେ ବିଜୟ,ନଳିନୀ, ଦିଲିପ ନାହିଁ

ରାମକୃଷ୍ଣ,ଦାମ,ପ୍ୟାରୀ ମହାପାତ୍ର

ନଥିଲେ ବି ପାଣ୍ଡ୍ୟା ଶଂଖ ଫୁଙ୍କଇ,

କେନ୍ଦ୍ରସାହାଯ୍ୟକୁ ଅପେକ୍ଷା ନକରି

ତମେ ଗଢିଥିଲ ପାରାଦ୍ବୀପ ସିନା

ତୁମପୁଅ କେନ୍ଦ୍ର ପାଶେ କରୁଅଛି

ଏବେ ହାରି ଗୁହାରୀ । ୨

ଟଙ୍କାରେ ବାଣ୍ଟୁଛି କିଲେ ଚାଉଳ

ପାଂଚଟଂକାରେ ସେ ଭାତ ଡାଲମା ବାଣ୍ଟେ

ସାରା ଭାରତରେ ପଡେ ଚହଳ,

ଶୁଣ ଶୁଣ ଶୁଣ ହେ ବିଜୁ!

ଗାଁ ବିଲେ ଡିଏଁ ବିଲୁଆ,ଢାମଣା

ଖଟି ଖାଇବାକୁ ଅରାଜି ସବୁ ! ୩

ଗଢିଯାଇଥିଲ ଯେତେକ ଶିଳ୍ପ

ସବୁଯାକ ଏବେ ରୋଗିଣା,ମଢୁଆ

ବଂଚିବାର ଆଶା ଲାଗେ ଅଳପ,

ଖଣି ଲୁଟୁଛନ୍ତି ମଫିଆ ଯାକ

ଜଂଗଲରେ କାଠ ବାଉଁଶ ମିଳେନା

ମିଳେ ମାଓବାଦୀ,ଗୁଳି,ବନ୍ଧୁକ । ୪

ଶିକ୍ଷକ ବସନ୍ତି ଧାରଣା ଦେଇ

ଆଶା କର୍ମୀ ଏବେ ନିରାଶ ହୋଇଣ

ମାଣ ବସାଅନ୍ତି ରାସ୍ତାରା ଯାଇ,

ଚିଟ୍ ଫଣ୍ଡ୍ କଂପାନୀ ଖାଇଲେ ଲୁଟି

ଭଣ୍ଡବାବା ଗଣ ହାଉଯାଉ ଏବେ

ଲୋକଂକୁ ଭେଳିକି ଦେଖାନ୍ତି ନିତି।୫

ଏବେବି ଓଡିଆ ଦାଦନ ଯାଏ

ସୁରଟ,ମୁମ୍ବାଇ,ଆନ୍ଧ୍ର,କଲିକତା

ଗଳି ଗଳି ବୁଲି ପାଇଟି ପାଏ,

ଚେଙ୍କ ଖାଇ ଛୁଆ ଘାଇଲା କେଉଁଠି

ଗର୍ଭିଣୀ ତିରିଲା ସଂଗା ରେ ଯାଏ,

ତଥାପି ନବୀନା ବଡ ପୋଷ୍ଟର, ତୋ ନାଆଁ

ମିଶନ୍ ବଖାଣୁ ଥାଏ।୬

ତୋ ମାଡ ଫର୍ମୁଲା ଅଚଳ ଆଜି

ଆଇନ୍ ତା ବାଟ ନେବ କୁହେ ପୁଅ

ଜନତା ଭକୁଆ ନପାରେ ବୁଝି,

କେତେ ବଖାଣିବି କୁହ ହେ ବିଜୁ?

କି କରିପାରିବ ସ୍ବର୍ଗରୁ ତୁମେ

ସପନେ ବୁଝାଅ, ନବିନା ହେଜୁ ! ୭

ସି ୭୬ ସେକ୍ଟର୍ ୨ ରାଉରକେଲା ୬

ମୋ ୮୮୯୫୫୦୦୯୯୨


Rate this content
Log in